ସେଦିନ ପାଞ୍ଚଖଣ୍ଡି ଗାଁରେ
ହୋହଲ୍ଲା ହଟମ ଚମଟ
ଜଣେ ନାମକରା ଚିତ୍ରକର
ଆଙ୍କିବ ଗାଁର ଚିତ୍ର ।
ସମସ୍ତଙ୍କ ଭିତରେ ଉତ୍କଣ୍ଠା
ଛାତି ଫଟାଫଟି ଭିଡ଼
ଠେଲା ପେଲା ହୋହଲ୍ଲା ।
ୟା’ ଭିତରେ ଚିତ୍ରକର ତୂଳୀ ଧରିଲା,
ତୂଳିରେ ରଙ୍ଗ ମାରି କାନ୍ଭାସକୁ ଚାହିଁଲା,
ଚାହିଁଲା ଗାଁ ଲୋକଙ୍କ ମୁହଁକୁ ।
ଏମିତି ପାହିଗଲା ରାତି
ଦିନପରେ ଦିନ
ବିତିଗଲା ବର୍ଷ ପରେ ବର୍ଷ ।
ତଥାପି ସେ ଚିତ୍ର ଆଙ୍କି ପାରିଲାନି,
କାହିଁକି ନା
ୟା’ ଭିତରେ ବଦଳି ଯାଇଥିଲା
ସାରା ଗାଁଟାର ଚିତ୍ର ।
