କବିତା

ରତି ମିଶ୍ର

Niranjan Jena's odia poem Rati Mishra

ରତିମିଶ୍ର, ତୋ ପଦ୍ମତୋଳାରେ ସାପ ଖେଳେ
ତୋ ପ୍ରୀତିର ତୀର୍ଯକରେ ଜଳିଯାଏ ଯୋଗୀ
ପ୍ରତିଟି ରାତି ତୋର ଫୁଲ ଶଯ୍ୟାର ରାତି
ରାଶି ରାଶି ଆୟୁ ଲୋଟିଯାଏ
ତୋ ମାଂସର ଅରଣ୍ୟେ ।

ରତି ମିଶ୍ର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରତିମିଶ୍ର, ତୋ ପଦ୍ମତୋଳାରେ ସାପ ଖେଳେ
ତୋ ପ୍ରୀତିର ତୀର୍ଯକରେ ଜଳିଯାଏ ଯୋଗୀ
ପ୍ରତିଟି ରାତି ତୋର ଫୁଲ ଶଯ୍ୟାର ରାତି
ରାଶି ରାଶି ଆୟୁ ଲୋଟିଯାଏ
ତୋ ମାଂସର ଅରଣ୍ୟେ ।

ପ୍ରତିଟି ରାତି ତୋ ପାଇଁ କୋଜାଗରୀ ରାତି
ଉଚ୍ଛୁଳି ଉଠେ ସ୍ନାୟୁର ସହର
ଅଶ୍ରୁର ଆଳ୍ପନା ଲିଭେଇ ଦିଏ
ଓଲଟ ପାପୁଲି ଓ ଶାଢ଼ୀର ଆଞ୍ଚଲ
ଏକଥା ମୁଁ ବାରବାର ଦେଖେ
ଏବଂ ନ ଦେଖିବାର ଅଭିନୟ କରେ ।।

ନାଗର ଦୋଳାରେ ଆଉ କେତେଦିନ
ନାଗରୀ ସାଜି ଘୁରିବୁ ତୁ ରତିମିଶ୍ର
ଦେଖ, ଅଦ୍ଭୁତ ଅନ୍ଧାର ଆସେ
ଘନନୀଳ ତମାଳ ବଣରୁ
ସାତରଙ୍ଗୀ ଚୁଡ଼ିର ସୋହାଗ
ଧିରେ-ଧିରେ ପାଣିଚିଆ ହେବ
କାନ ପାତି ଥରୁଟିଏ ଶୁଣ୍,
ପାଉଁଜିର ଶବ୍ଦ କେମିତି ଥମିଯାଉଛି
ବାଲୁବନ୍ତରେ-
ସେପାରିରୁ ଭାସିଆସେ ବଂଶୀର ସ୍ୱନ
ଶୁଣ୍, କାନପାତି ଶୁଣ୍ ।।

ଗୈରିକ ସଞ୍ଜରେ-
ଆକାଶ ଭିନ୍ନ ରଙ୍ଗ ନିଏ
ଝଡ଼ର ପୂର୍ବାଭାସ
ଏକଥା ଥରୁଟିଏ ପଢ଼ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top