ମୋ ଉପରେ ଏତେ ଲାଞ୍ଛନା!
ବେହିସାବ ଦାଗ ମୋ ଲୁଗାରେ,
କେଜାଣି କି ଭାବେ ଦିଶିଯାଉଥିଲା !!
ରାସ୍ତା ଘଟେ ଚାଲୁ ଚାଲୁ,
ଅନେଇ ରହୁଥିଲେ…
ତା’ଙ୍କୁ କିବା ଜଣାଅଛି,
କେତେ ଦାଗ ଲାଗିଛି ମୋ ଲୁଗାରେ !!
ଆଉ
କେଉଁଠୁ ବା ଲାଗିଛି ?
ହେ ସଭ୍ୟ ସମାଜର ଠିକାଦାର !
ଭୁଲିଯାଅନାହିଁ !
ଦାଗ ଲାଗିଲେ ବି
ଜୀବନ ଜିଇଁବା ସମ୍ଭବ
ଠିକ ସେଇ ମାନଙ୍କ ଭଳି
ଯିଏ ଚାଦରକୁ ଅତି ଯତ୍ନରେ
ଓଢିବା ଜାଣନ୍ତି ।
