ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ପହିଲି ଦିନର ପ୍ରଥମ ଦର୍ଶନ
ପ୍ରଥମ କରି ସେ ତୁମ ଆବାହନ ।
ପତରର ହାର, ତହିଁ ଗେଣ୍ଡୁମାଳ
ଦୁବ ଘାସ ଭରା ପବିତ୍ର କଳସ
ମୁରୁଜର ରଙ୍ଗେ, ପଞ୍ଚାମୃତ ସଙ୍ଗେ
ଘଣ୍ଟ-ଘଣ୍ଟି ସହ ଶଙ୍ଖର ସ୍ପର୍ଶ ।।
କର୍ପୂର-ଆରତୀ, ସଳିତାର ବତୀ
ଚରଣେ ସମର୍ପିତ ତୁମ ଦିନ-ରାତି
ଝୁଣା,ଧୂପର ସେ ମହକ ବେଳାରେ
ହୋମ କୁଣ୍ଡରେ ଆମ ଭକ୍ତିର ଆହୂତି ।।
ପବିତ୍ର-ମୋହନ, ପବିତ୍ର-ବଦନ
ପବିତ୍ରତା ଭରା ଏଇ କିଛିଦିନ
ଦେଖୁ ଦେଖୁ ଦିନ ଚାରି ବିତିଗଲା
ଆସିଗଲା ଏବେ ତୁମ ବିସର୍ଜନ ।।
ତୁମେ ଆସିଥିଲା ମୂଷିକ ପିଠିରେ
ଆଶାର ଆଲୋକ ହୋଇ
ହେଲେ, ଅଧୁରା ରହିଗଲା ବହୁ ପ୍ରଶ୍ନର ଉତ୍ତର
ଯାହା ସାଇତି ରଖିଛି ମୁହିଁ ।।
ଆମେ କର ଯୋଡି, ତୁମ ଚରଣରେ
ଅର୍ପିତ ଏ କ୍ଷମାର ପ୍ରାର୍ଥନା
ଅପେକ୍ଷା କରିଛୁ ଆର ବରଷକୁ
ପୁଣି ଭେଟିବା ହେ ଗଜାନନ ।।
