କବିତା

ଅଳ୍ପ ଆୟୁ ସମ୍ପର୍କ

Chaitanya Bag's odia poem Alpa Aayu Samparka

ହୃଦୟ ଜାଣିଲା ହୃଦୟ ବୁଝିଲା
ଅଳ୍ପ ଆୟୁ ସମ୍ପର୍କ ମୋର ।।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରେମର ପଥରେ ପଥିକଟେ ସାଜି
ହୋଇଅଛି ବାଟ ବଣା,
ନିଜ କୁ ନିଜେ ଅନୁସନ୍ଧାନ କଲେ
ନ ପାଏ ମୁଁ ସ୍ୱ ଠିକଣା ।।

ବାତାୟନ ଖୋଲି ବାରିଦକୁ ଦେଖେ
ପ୍ରିୟା କି ଆସିବ ଫେରି,
ଜଳଦ ସଙ୍ଗତେ ଲୁଚକାଳି ଖେଳି
ମୋ କଥା ଗଲାଣି ଭୁଲି ।।

ହୃଦୟର ବହ୍ନି ହୁଏ ଉର୍ଦ୍ଧ୍ଵଗାମୀ
ମନୁ ନ ପାରେ ତେଜି,
ଅଶ୍ରୁ ସିକ୍ତ ଦୃଶିତ ଲାଲ
ତା ଭାରତୀ ହେଜି ହେଜି ।।

ଭାଗ୍ୟ ରେ ଥିଲା ମୋ ଅଶ୍ରୁ ପୁରଷ୍କାର
ପାଇଛି ଆଜି ପାଉଣା,
ମୋ ଭଲପାଇବା କଲା ତିରଷ୍କାର
ପ୍ରେମରେ ଦେଖିଲା ଉଣା ।।

ଜଲଦ ପରି ହେଲା ଛିନ୍ନ ଭିନ୍ନ
ସମ୍ପର୍କ ଉଜାଡି ଗଲା,
ବିଶ୍ୱାସରେ ଅମାନିଆ ହିଲ୍ଲୋଳ
ଆସି ଭାଙ୍ଗି ଦେଇଗଲା ।।

କ୍ଷୀଣ ଥିଲା ତାର ତା ଭଲପାଇବା
ପ୍ରେମ ତାର ତ୍ବକସାର
ହୃଦୟ ଜାଣିଲା ହୃଦୟ ବୁଝିଲା
ଅଳ୍ପ ଆୟୁ ସମ୍ପର୍କ ମୋର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top