ବରଷା ରାଣୀ ଲୋ ବରଷା ରାଣୀ
କଲା ମେଘ କୁ ତୁ କରି ଓଢ଼ଣୀ
ଆ ତୁ ଲୋ ହୋଇ ଖୁସି
ଟପ ଟପ କରି ବରଷି ଯାଆ
ଏ ଧରା ଉଠୁ ହସି ।
ଦରଜ ମନରେ ଡାକୁଛି ମୁହିଁ
ଶ୍ରାବଣ ପୁଣିରେ ଆସିଲା ଧାଇଁ
କହୁଛି ମାଟି ମାଆ
ଲୁଚି ରହନା ଲୋ କୋଉଠି ଆଉ
ସଅଳ ତୁ ଚାଲି ଆ ।
ସଜୀବଙ୍କ କଥା ରଖି ମନରେ
ଜଳ ନେଇ ଆ ନିଜ ସାଥିରେ
ମରୁଡ଼ି ଦୂରେଇ ନେ
ତୋତେ ଦେଖି ଚଷା ହୋଇବ ଖୁସି
ଏ କଥାକୁ ବୁଝି ନେ ।
ବରଷା ରାଣୀ ଲୋ ବରଷା ରାଣୀ
ମୋ ମନରେ ଥିବା କଥାକୁ ଜାଣି
ଯାଆ ଲୋ ବରଷି ଯା
ଉଛୁଳି ପଡୁ ଲୋ ନଈ ପୋଖରୀ
ବର୍ଷା ନେଇ ତୁ ଆ ।
ଏ କି କଲୁ ଆରେ ନର ସମାଜ
ନାହିଁ କିରେ ମୁଣ୍ଡେ ତୋର ମଗଜ
ଗଛ କାଟିଛୁ ବୋଲି
ଅଭିମାନ କରି ବରଷା ଆସୁନି
ତା ବିନା ପାରିବୁ କି ଚଳି ?
