କବିତା

ଅଦିନ ବର୍ଷା

Jagruti Naik's odia poem Adina Barshaa

ନିଶାର୍ଦ୍ଧେ ଦେଖିଲି ସ୍ୱପ୍ନ
ଖଣ୍ଡ ଖଣ୍ଡ ହେଲା ମୋ ମନ ପ୍ରାଚୀ
ଅଖଣ୍ଡ ନିରବତାରେ ଆଜି
ସନ୍ତାପର ସିନ୍ଧୁରେ ବୁଡ଼ି ମୁଁ ଚାଲିଛି…

ଅଦିନ ବର୍ଷା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭିଜେଇଥିଲି ଦିନେ ଏକ ଅଦିନ ବର୍ଷାରେ
ତୁମ ସ୍ପର୍ଶ ପାଇ
ଭିଜୁଛି ଆଜି ମୁଁ ମୋ ଲୁହ ବର୍ଷାରେ
ସ୍ମୃତି ତୁମ ସବୁ ସାଉଁଟି ସାଉଁଟି…

ନିଶାର୍ଦ୍ଧେ ଦେଖିଲି ସ୍ୱପ୍ନ
ଖଣ୍ଡ ଖଣ୍ଡ ହେଲା ମୋ ମନ ପ୍ରାଚୀ
ଅଖଣ୍ଡ ନିରବତାରେ ଆଜି
ସନ୍ତାପର ସିନ୍ଧୁରେ ବୁଡ଼ି ମୁଁ ଚାଲିଛି…

ବଡ଼ ବିଗଳିତ ମୁହିଁ
ସ୍ୱପ୍ନଭରା ଜୀବନ ଟିକକ ପାଇଁ
ନିରାପଦ ଯାଗାଟିଏ ଖୋଜୁ ଖୋଜୁ
ସେହି ନର୍କ ପୁରରେ ପହଞ୍ଚି ଯାଉଛି ପୁଣି …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top