କବିତା

ରାକ୍ଷୀ

Kanishtha Kishore Sahu's odia poem for children Raakshi

କେହି ନୁହେଁ ସାନ କେହି ନୁହେଁ ଘୃଣ୍ୟ
ସଭିଏଁ ଆମର ଭାଇ ,
ସମସ୍ତଙ୍କ ହାତେ ବାନ୍ଧିଦେବା ରାକ୍ଷୀ
ଭେଦାଭେଦ ଭୁଲି ଯାଇ ।

ରାକ୍ଷୀ

ନୁହେଁ ଏ ସୂତାର ସାଧାରଣ ଧାଗା
ଏତ ପ୍ରେମର ବନ୍ଧନ,
ଅନାଦି କାଳରୁ ଭଗ୍ନୀକୁ ଦେଉଛି
ସୁରକ୍ଷାର ଅନୁଦାନ ।

ଭାଇର ହାତରେ ବାନ୍ଧଇ ଭଉଣୀ
ଭାଇ ବାନ୍ଧେ ଭାଇ ହାତେ,
ବ୍ରାହ୍ମଣ ବାନ୍ଧଇ ଚାଣ୍ଡାଳ ହାତରେ
ସଭିଏଁ ଦେଶର ହିତେ ।

କେହି ନୁହେଁ ସାନ କେହି ନୁହେଁ ଘୃଣ୍ୟ
ସଭିଏଁ ଆମର ଭାଇ ,
ସମସ୍ତଙ୍କ ହାତେ ବାନ୍ଧିଦେବା ରାକ୍ଷୀ
ଭେଦାଭେଦ ଭୁଲି ଯାଇ ।

ପରା ଆପଣାର ମନାନ୍ତର ଭୁଲ
ଆମେ ସର୍ବେ ହେବା ଏକ
ବିଶ୍ଵେ ଉଡ଼ାଇବା ଶାନ୍ତିର କପୋତ
ବଢ଼ାଇ ଦେଶର ଟେକ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top