କବିତା

ରାମ ରାଜ୍ୟ ଆମେ ଗଢ଼ିବା

Gupteshwar Nanda's odia poem for children Raama Raajya Aame Gadhibaa

ସଦାବେଳେ ଭଲ ଆଚରଣ କରି
ସତ୍ୟ ବଚନ ହିଁ କହିବା
ନାରୀଙ୍କୁ ଉଚିତ ସମ୍ମାନ ଦେଇକି
ରାମ ରାଜ୍ୟ ଆମେ ଗଢ଼ିବା ।

ରାମ ରାଜ୍ୟ ଆମେ ଗଢ଼ିବା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆମେରେ ପଢ଼ିବା ଆମେରେ ବଢ଼ିବା
ଭୁଲିବାନି ଦେଶ ମାଆକୁ
ପାଠଶାଠ ପଢ଼ି ବଡ଼ ଲୋକ ହୋଇ
ଟେକିବା ତାହାର ମଥାକୁ ।

ଭାଇ ଭଉଣୀଏ ଫୁଲ ପରି ଆମେ
ବିତରିବା ଆମ ବାସକୁ
ଜାତି, ଧର୍ମ, ଭାଷା ଊର୍ଦ୍ଧ୍ଵରେ ରହିକି
ଆଗେଇ ନେବାରେ ଦେଶକୁ ।

ଅନ୍ୟାୟ, ଅଧର୍ମ, ଅନୀତି ଆଦିକୁ
ଲିଭାଇବା ଦେଶ ମାଟିରୁ
ଦେଶ ଶତ୍ରୁଠାରେ ନଇଁବନି ମୁଣ୍ଡ
ଅଲଗା ହେଲେ ବି ଗଣ୍ଡିରୁ ।

ଭାଇ ଭଉଣୀଏ ଆସ, ଆସ, ମୋର
କରିବା ଶପଥ ଏକାଠି
ଦେଶ ମା’କୁ ନେଇ ଗର୍ବ କରିବାରେ
ରହିଲେ ବି ଯିଏ ଯେଉଁଠି ।

ସଦାବେଳେ ଭଲ ଆଚରଣ କରି
ସତ୍ୟ ବଚନ ହିଁ କହିବା
ନାରୀଙ୍କୁ ଉଚିତ ସମ୍ମାନ ଦେଇକି
ରାମ ରାଜ୍ୟ ଆମେ ଗଢ଼ିବା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top