ଅନୁବାଦ ସାହିତ୍ୟ

ଜିନ୍ନାଙ୍କ ପାଇଁ ଏକ ଅଗ୍ରଗତି

Jihhnanka Paain eka Agragati Blunder number - 04 by Jawaharlaal Nehru

ମୁସ୍‌ଲିମ୍‌ ଲିଗ୍‌ ଠାରୁ ଅଲଗା ମୁସ୍‌ଲିମ୍‌ ଦଳମାନଙ୍କ ସହିତ ସମ୍ପର୍କ ଶକ୍ତିଶାଳୀ କରିବା ଓ ତୃଣମୂଳ ସ୍ତରରେ କାମ କରିବା ଛାଡ଼ି, କଂଗ୍ରେସ ନେହେରୁଙ୍କ ନିଷ୍ପତ୍ତି ଫଳରେ ନିଜେ ନିଜର ମନ୍ତ୍ରୀମଣ୍ଡଳ ପଦତ୍ୟାଗ କରି ନିଜକୁ ବହୁତ ପଛରେ ପକାଇଦେଇଥିଲା ।

୧୯୩୯ରେ କଂଗ୍ରେସ ମନ୍ତ୍ରଣାଳୟର ପଦତ୍ୟାଗକୁ ଜିନ୍ନା ଏବଂ ବ୍ରିଟିଶ କାର୍ଯ୍ୟାଧିକାରୀମାନେ ଉଭୟେ ସ୍ୱାଗତ କରିଥିଲେ। ଜିନ୍ନା ଏବଂ ମୁସ୍‌ଲିମ୍‌ ଲିଗ୍ ସମସ୍ତ ମୁସ୍ଲିମଙ୍କୁ ୨୨ଡିସେମ୍ବର ୧୯୩୯କୁ “ମୁକ୍ତି ଦିବସ” ବାବଦରେ ପାଳନ କରିବା ପାଇଁ ଆହ୍ୱାନ ଜଣାଇଥିଲେ—କଂଗ୍ରେସର “କୁଶାସନ” ରୁ ମୁକ୍ତି । ଜିନ୍ନା ଏଥିରୁ ସମ୍ପୂର୍ଣ୍ଣ ଲାଭ ଉଠାଇଲେ ଏବଂ ତାଙ୍କର ସହିତ ମୁସ୍‌ଲିମ୍‌ ଲିଗ୍‌ର ଭାଗ୍ୟ ଉଦୟ ହେଲା। ୧୯୩୯ ଏକ ନିର୍ଣ୍ଣାୟକ ପ୍ରସଙ୍ଗ ଥିଲା । ୧୯୩୯ପରେ ମୁସ୍‌ଲିମ୍‌ ଲିଗ୍‌ ଉଦୟମାନ ହେଲା, ଯେଉଁବେଳେ କଂଗ୍ରେସର ପ୍ରଭାବ କ୍ଷୀଣ ହେଉଥିଲା।

ଏହା ଲକ୍ଷ୍ୟ କରିବା ଯୋଗ୍ୟ ଯେ ନେହେରୁ ଏବଂ କଂଗ୍ରେସ ଅନାବଶ୍ୟକ ଭାବରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ବିଧାନସଭା ସହିତ ଅତ୍ୟଧିକ ମୁଗ୍ଧ ଥିଲେ, ଯେଉଁଠି ଜିନ୍ନା ଧ୍ଵଂସାତ୍ମକ ଭୂମିକା ନେଇ ପାରିଲେ। ଯଦି କଂଗ୍ରେସ ତାଙ୍କର ମନ୍ତ୍ରଣାଳୟ ଜାରି ରଖିଥାନ୍ତି ଏବଂ ମୁସ୍‌ଲିମ୍‌-ଅଧିକ୍ୟତା ଅଞ୍ଚଳରେ ତାଙ୍କ ଗୋଟି ଠିକ୍ ଭାବରେ ଚଳାଇଥାନ୍ତେ, ତେବେ ସେମାନେ ଜିନ୍ନାଙ୍କୁ ବାଧା ଦେଇପାରିଥାନ୍ତେ ।

ସିକନ୍ଦର ହୟାତ୍ ଖାନଙ୍କ ନେତୃତ୍ୱ ରେ ଥିବା ୟୁନିଅନିଷ୍ଟ ପାର୍ଟି ଯିଏ ପଞ୍ଜାବରେ ଶାସନ କରୁଥିଲେ, ସେହି ପାର୍ଟି ଏକ ମୁସ୍‌ଲିମ୍‌-ହିନ୍ଦୁ-ସିଖ୍ ମିଶ୍ରିତ ଗଠବନ୍ଧନ ଥିଲା । ଏକ ଜାତିୟତାବାଦୀ ମୁସ୍‌ଲିମ୍‌ ଫଜଲୁଲ୍ ହକ୍ ଙ୍କ ନେତୃତ୍ୱ ରେ ଥିବା କୃଷକ ପ୍ରଜା ପାର୍ଟି ବଙ୍ଗରେ ଅଧିକାର ରଖିଥିଲା । ଗୁଲାମ୍ ହୁସେନ୍ ହିଦାୟତୁଲ୍ଲା ମୁସ୍‌ଲିମ୍‌ ଲିଗ୍‌ ଠାରୁ ସ୍ୱାଧୀନ ଭାବେ ସିନ୍ଧ୍ ରେ ଏକ ହିନ୍ଦୁ-ମୁସ୍‌ଲିମ୍‌ ଗଠବନ୍ଧନ କରିଥିଲେ । ଯଦି କଂଗ୍ରେସ ଏହି ଦଳଗୁଡିକ ସହିତ ବୁଦ୍ଧିମତାର ସହିତ ସମନ୍ୱୟ କରିଥାନ୍ତା, ତେବେ ସେ ଜିନ୍ନାଙ୍କୁ ପରିଧିରେ ରଖିପାରିଥାନ୍ତା ।

କିନ୍ତୁ, ମୁସ୍‌ଲିମ୍‌ ଲିଗ୍‌ ଠାରୁ ଅଲଗା ମୁସ୍‌ଲିମ୍‌ ଦଳମାନଙ୍କ ସହିତ ସମ୍ପର୍କ ଶକ୍ତିଶାଳୀ କରିବା ଓ ତୃଣମୂଳ ସ୍ତରରେ କାମ କରିବା ଛାଡ଼ି, କଂଗ୍ରେସ ନେହେରୁଙ୍କ ନିଷ୍ପତ୍ତି ଫଳରେ ନିଜେ ନିଜର ମନ୍ତ୍ରୀମଣ୍ଡଳ ପଦତ୍ୟାଗ କରି ନିଜକୁ ବହୁତ ପଛରେ ପକାଇଦେଇଥିଲା ।

ବ୍ରିଟିଶ୍ ଦ୍ୱାରା ଭାରତ ତରଫରୁ ଦ୍ୱିତୀୟ ବିଶ୍ୱୟୁଦ୍ଧର ଘୋଷଣା ପ୍ରତି କଂଗ୍ରେସର ବିରୋଧ, ଏହା ସନ୍ଦର୍ଭରେ ବ୍ରିଟିଶ୍ ସହିତ ଅସହଯୋଗ ଏବଂ ଜିନ୍ନା ଓ ମୁସ୍‌ଲିମ୍‌ ଲିଗ୍‌ ଦ୍ୱାରା ବ୍ରିଟିଶଙ୍କୁ ଅନାପେକ୍ଷିତ ଓ ସମ୍ପୂର୍ଣ୍ଣ ସମର୍ଥନ ଦେବା—ଏସବୁ ମୁସ୍‌ଲିମ୍‌ ଲିଗ୍‌ର ଉଦୟ ଓ କଂଗ୍ରେସର ଅନ୍ଧକାର ଗତି ନିଶ୍ଚିତ କଲା । ପରେ ପରେ ସ୍ୱାଧୀନତା, ବିଭାଜନ ଓ ପାକିସ୍ତାନ ସହିତ ସଂପୃକ୍ତ ସର୍ତ୍ତଗୁଡ଼ିକୁ ବ୍ରିଟିଶ୍, ଜିନ୍ନା ଏବଂ ମୁସ୍‌ଲିମ୍‌ ଲିଗ୍‌ ମଧ୍ୟ ନିର୍ଣ୍ଣୟ କରିଥିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top