ହଠାତ୍ ଶୁଭିଯାଏ ଠୋ’ ଠୋ’ ହସ
ସେ ନିର୍ମଳ ହସ ଯାହା ଈଶ୍ୱରଙ୍କ ଅଂଶ ପରି
ଈଶ୍ୱର ଅଛନ୍ତି ସେ ପାଇଁ ସେ ସୁନା ଝିଅଟି
ଏବେ ବି ହସିପାରୁଛି
ତା’ର ହସ ଏ ଯଜ୍ଞ ପରି
ପରିପୂର୍ଣ୍ଣ କରୁଛି ଆମ ସଭିଁଙ୍କୁ
ମନଧ୍ୟାନ ଦେଇ ଶୁଣ
କିଛି ବି ସ୍ୱାର୍ଥ ନାହିଁ ସେ ହସରେ
ସେ ହସ ଆମକୁ ମୋହିତ ନୁହେଁ
ମୁକ୍ତ କରୁଛି
ସେ ହସ ଯନ୍ତ୍ରଣା ରହିତ
ଯନ୍ତ୍ରଣା ତ ଆମ ଭିତରେ ସୃଷ୍ଟି ହେଉଛି
ସେ ହସ ବନ୍ଦ ହେବା ପରେ ପରେ
ଯେବେ ଆମେ ଈଶ୍ୱରଙ୍କ ସମ୍ମୁଖରେ
ନିଜକୁ ପ୍ରେମମୟ ପାଉଛୁ ।