ଶିଳ୍ପୀ ପ୍ରାଣର ପରିପୃଷ୍ଟତା ପାଇଁ
ତୁମ ସହର କୁ ଯାଇଥିଲି
ଫି ଫି ଶବ୍ଦ କରି,
କୁଆଡୁ ମାଡ଼ିଆସିଥିଲ ତୁମେ
ଅଶାନ୍ତ ଝଡ଼ ଟେ ପରି ,
ମନର ଶାନ୍ତ ବେଳାଭୂମି ରେ
ପ୍ରହାର କରିଥିଲ ଧାରା ଶ୍ରାବଣ ପରି
ତୁମର ଭଲପାଇବାକୁ ,
କିନ୍ତୁ ଜୀବନ ସମୁଦ୍ରରେ
ସୃଷ୍ଟି ହୋଇଥିବା ବୁଦ୍ ବୁଦ୍
କେତେ ଅବା ସମୟ ସ୍ଥାୟୀ ହେଇ ରହିଥାନ୍ତା ।
ବିଚ୍ ବଜାର ରେ ମୋ ବିଶ୍ୱାସ କୁ
ନିଲାମ କରାଗଲା ,
କିଣିବାକୁ କିନ୍ତୁ କେହି ଜଣେ ହେଲେ
ଆଗକୁ ପାଦ ବଢାଇଲେ ନାହିଁ
କାହା ପାଖରେ ସାମର୍ଥ୍ୟ ନଥିଲା
ମୋ ବିଶ୍ୱାସ କିଣିବା ପାଇଁ ।
ତୁମକୁ ସ୍ଵ ଇଚ୍ଛାରେ ଅଜାଡ଼ି ଦେଇଥିଲି
ଢେର୍ ସାରା ଭଲପାଇବା,
କିନ୍ତୁ ନୂଆ କିଛି ପାଇବାର ଜୁଆ ଖେଳରେ
ଶେଷ ରେ ବାଜି ଲଗାଇ ଦେଲ ନା ମତେ।
କଣ ଆଉ ଥରେ ଦ୍ରୌପଦୀ ସାଜିବି ?
ହେଲେ ମୋ ପାଇଁ ଯୁଦ୍ଧ ଲଢ଼ିବ କିଏ
ମୁଁ ବା ପୁରୁଷ ….କଣ କହି ବୁଲିବି
ନାରୀ ଟିଏ କରିଛି ମୋ ବିଶ୍ୱାସର ବସ୍ତ୍ର ହରଣ
ମୋ କଥା ଶୁଣିବ ବା କିଏ ?
ସୀତା ଙ୍କ ଦୁଃଖତ ସମସ୍ତେ ଦେଖିଲେ
ଉର୍ମିଳା ଙ୍କୁ ଦେଖିଲା ବା କିଏ ?
ହେଲେ ଧୂମାକ୍ତ ମନରେ
ହୃଦୟ ର ଶୁଷ୍କ ସିଆହିରେ,
ଲେଖି ତ ହୁଏନା ଏବେ ଆଉ କା କାହାଣୀ
ବୟସ ର ଗୋ ଧୂଳି ରେ ଜୀବନ ର କ୍ଷୁର୍ଣ୍ଣ ବେଳାଭୂମେ
ବାର ବାର ମୁଣ୍ଡ ପିଟେ
ଭାବନାର ଉତ୍ତାଳ ସୁନାମି ।