ରାଜ୍ ଏବେ ଇଂଜିନିୟରିଂ ଛାତ୍ର । ବାପା ନିଜ ପେନସନ ଟଙ୍କାରେ ପଠାଉଥୁୁଲେ ରାଜ ପାଖକୁ | ଆଜି କାଲି ରାଜ୍ର ଦାୟିତ୍ୱ ତା ଉପରେ । ଦାୟିତ୍ୱ ସେ ତୁଲାଉ ଥିବାରୁ ବାପା ମାଆ ବେଶ ଖୁସୀ । ସାହି ପଡିଶା ଆଉ ବନ୍ଧୁ ବାନ୍ଧବଙ୍କ ସାମନାରେ ବାପା ତାର ଦାୟିତ୍ୱ, ଚାକିରୀ ଆଉ ଟଙ୍କାଦେବା କଥା ଗର୍ବରେ ଚର୍ଚ୍ଚା କରନ୍ତି । କହନ୍ତି “ବିଦ୍ୟା ମୋର ଝିଅଟି ! ମାତ୍ର କୌଣସି ଗୁଣରେ ଗୋଟେ ବଡ ପୁଅଠାରୁ ଉଣା ନୁହେଁ । ଜଣେ ବାପା ଅଧିକାର ନେଇ ତାଇଚ୍ଛା ଆଉ ଭବିଷ୍ୟତ ଉପରେ ମୁଁ କୁଠାରଘାତ କରିଦେଲି ମୋ ଅହଙ୍କାର ଆଉ ଅଜ୍ଞାତରେ । ଅଥଚ ସେ ପୁଅଟେ ହୋଇ ଆରାଧ୍ୟା ର ବିଭାଘର କରାଇଛି । ରାଜ୍କୁ ପଢାଉଛି । ଏସବୁ ମୋ ଭାଗ୍ୟ ବୋଲି ମୁଁ ବିଶ୍ଵାସ କରେ ।”
ଆଉ କେତେଦିନ ପରେ ରାଜ୍ ଆସିବ ରାଉରକେଲାରୁ ଇଂଜିନିୟର ଟେ ହୋଇ | ଯଦି ଭଲ ନମ୍ବର ରଖୁ ପେପର କ୍ଲିୟର କରିଲା, ତେବେ ସେ କ୍ୟାମ୍ପସ ସିଲେକ୍ସନରେ ଚାକିରୀ ପାଇଯିବ। ନଇଲେ ଅନ୍ୟା କମ୍ପାନୀରେ ଚାକିରୀ କରିବ । ସବୁ ତା ଭାଗ୍ୟ । ଚାକିରୀ ଟା ପାଇଗଲେ ବିବାହ ପ୍ରସ୍ତାବର ଧାଡି ଲମ୍ବିବ ଆମ ଘରକୁ । ବାପା ମାଆ ବ୍ୟସ୍ତ ହୋଇପଡିବେ ରାଜ୍ର ବିଭାଘର ପାଇଁ ଦିନେ ରଞ୍ଜନା ପାଖରେ ମାଆ ଅଭିମାନ କରୁଥିଲା ତା ହାତରୁ କିଏ ବା ରୋଷେଇ ଦାୟିତ୍ୱ ନେବ ? ତା ସତ । ରାଜ ସ୍ତ୍ରୀ କଣ ଘରେ ରହି ବୋହୁ ପଣିଆ କରିବ ? ନା ରାନ୍ଧିବାଢ଼ି ଶାଶୁ ଶଶୁର ପାଖରେ ଖାଇବା ପରଶିବ ? ଆଜିକାଲି ତ ଇଂଜିନିୟର ପୁଅ ଇଂଜିନିୟର ଝିଅଙ୍କୁ ପସନ୍ଦ କରୁଚନ୍ତି । ନ ହେଲେ ଦାମୀ ଯୌତୁକର ଲୋଭ ଦେଖାଇ ରାଜ୍କୁ କେହି ଶଶୁର କିଣି ନେଇଯାଇ ପାରେ ! ସେ କଥା କେବଳ ରାଜ୍ ଉପରେ ନିର୍ଭର କରେ ।
ଏମିତି ହେଲେ ମାଆ ଏଦୁଃଖକୁ ସହି ପାରିବ ତ ? ମାଆର ସବୁ କଥା ବନ୍ଦ ପୁସ୍ତକ ଭଳି । କେହି ତାକୁ ପଢି ନାହଁନି କି ସେ କାହା ଆଗରେ ନିଜକୁ ଖୋଲି ନାହ । ମାଆମାନଙ୍କ ଭାଗ୍ୟ କଣ ସବୁଦିନ ଏମିତି ? ସମସ୍ତଙ୍କର ଏମିତି ଅବସ୍ଥା ନା ଖାଲି ଆମ ମାଆର ?
ନା, ଏସବୁ ତା ମାଆ ପାଇଁ ସେ କରାଇ ଦେବନି | ରାଜ୍ ଆଗ ପାଠ ଶେଷ କରୁ | ଏତେ ଆଗକୁ ସେ ଭାବୁଚି କାହିଁକି ?
ଫୋନ ରିଂ ହେଲା । ରାଜ୍ ର ଥିଲା ଫୋନ୍ । ବିଦ୍ୟା ମୁହଁ ଉଜ୍ଜଳ ଦିଶିଲା । ଯା ହେଉ, ଛୁଆଟା ଆଜି ମନରେ ପଡ଼ୁ ଥୁଲା । ଯୋଗ ଦେଖ ଫୋନ ଆସିଲା । ଫୋନ ଧରିଲା ସେ, ‘ ହଁ କହ ରାଜ୍ ତୋ ଦେହପା” ଭଲ ଅଛିତ ? ପଢାବଜି ସବୁ ଠିକ୍ ଚାଲିଛି ନା ?’
“ମୁଁ ଫୋନ କରିଛି ନା ତୁ ଅପା ! ମୋତେ ତ ଆଗ ମୋ କଥା କହିବାକୁ ଦେ । ଗପି ବସିଲା ଚୁଢୀ ଆଇମା ଭଳି ପୁରୁଣା ପରମ୍ପରାକୁ ସମ୍ମାନ ଦେଇ ଆଗ ଦେହପା, ଭଲମନ୍ଦ, ପାଠ ପଢା …… ।” ହସିଲା ବିଦ୍ୟା । ବିଦ୍ୟା ହସିବା ଶୁଣି ରାଜ୍ ବି ସେପଟରୁ ଜୋର୍ରେ ହସିଲା । “ ମୁଁ କଣ କହୁଥୁଲି ଅପା ଆସନ୍ତା ଅଗଷ୍ଟ ଅଣତିରିଶ ତାରିଖରେ ଗଣେଶ ପୂଜା । ତା ପର କେତେ ଦିନରୁ ମୁଁ ତତେ ଦେଖିନାହିଁ । ତେଣୁ ଏ ତିନିଦିନ ପାଇଁ ରାଉର୍କେଲା ପଳେଇ ଆସେ । ତୋତେ ଏଠି ବେଦବ୍ୟାସ, ଷ୍ଟିଲପୁଣ୍ଟ, ହନୁମାନବାଟିକା, ଇନ୍ଦିରାଗାନ୍ଧିପାର୍କ ସବୁ ଖୋଜୁଛନ୍ତି । ତୋତେ ନେଇ ବୁଲେଇ ଦେଖେଇବି। ହୋଟେଲ୍ରେ ଖାଇବା, ମଜାହବ | ”
“ଆରେ ବୁଦୁ ତୁ ତୋ ହଷ୍ଟେଲରେ । ସେଠାକୁ ଲେଡିଜ୍ ଆଲାଉ ନାହିଁ, ତୋ ଅପା ଝିଅଟେ କି ନା ? ତେଣୁ ମୋତେ ନେଇ ରଖୁବୁ କେଉଠି । ତଥାପି ଏ ତିନିଦିନିଆ ଛୁଟି ପାଇଁ ମୁଁ ଗୋଟେ କଥା କହୁଛି ତୁ ଶୁଣ | ତୁ ଘରକୁ ଚାଲିଆ | ମୁଁ ପହଞ୍ଚପିବି | ବାପା ମାଆ ଗାଆଁରେ ଆମକୁ ଦେଖୁ କେତେ ଖୁସି ହେବେ । ମାଆ ସବୁଠୁ ବେଶୀ ଖୁସୀ ହେବ । ତୁ କେବେ ଅନୁଭବ କରିଛୁ, ମା’ର ତିନୋଟିଯାକ ପିଲା ତିନି ଆଡେ । ମାଆ ଏତେ ବଡଘରେ ସେ କେତେ ଏକୁଟିଆ । ବାପା ତ ଦାଣ୍ଡ ଲୋକ ପରି ବେଶୀ ସମୟ ବାଡ଼ିରେ । ମାଆ ତାର ଠାକୁର ଘରେ, ହାଣ୍ଡିଶାଳେ ତା ଦିନକୁ କାଟୁଥିବ ନା ? ହୁଏତ ତା ପିଲାମାନଙ୍କୁ ମାନେ ପକେଇ ନିଜ ଲୁହ ନିଜେ ପିଉଥିବ ନଇଁଲେ ମୁଣ୍ଡିଆମାରି ଠାକୁର ପାଖରେ ଶୁଭ ମନାଶୁ ଥିବ । ତୁ କହିଲୁ କେଉଁ ପିଲା ତା ମାଆକୁ ଏତେ ଝୁରେ ବା ତାର ଟିକେ ଶୁଭ ମନଆସେ ?”
“ଅପା ଏକବାର ଠିକ୍ କହିଛୁ । ଆମେ ସମସ୍ତେ ମାଆ ପାଖକୁ ଯିବା । ମୁଁ ହଷ୍ଟେଲ ସୁପରି ଟେଣ୍ଡେଣ୍ଟ ଙ୍କୁ ଦରଖାସ୍ତ ଦେଇ ଅନୁମତି ଆଣିବି । ଆଉ ଗୋଟେ କଥା ଅପା ତୁ ଆରାଧ୍ୟା ଅପା ଆଉ ଅମିତ୍ ଭାଇଙ୍କୁ ଗାଆଁକୁ ଆଣିବାର ବନ୍ଦୋବସ୍ତ କରିବୁ । ଆଉରି ମଜା ହେବ ।”
– ହଁ ହଁ ମୁଁ ଦେଖୁଚି ତା ଶାଶୁ ଶଶୁରତ ଏଯାଏ ତା ପାଇଁ ଠିକ୍ ବାଟରେ ନାହାଁନ୍ତି, ତଥାପି ମୁଁ ଚେଷ୍ଟା କରିବି । ହଁ ରାଜ୍, ଆଉ ଗୋଟେ ତୋ ପାଇଁ ଶୁଭ ଖବରରେ । ତୁ ମାମୁଁ ହବାକୁ ଯାଉଛୁ । ତୋ ସାନ ଅପା ମାଆ ହେବାକୁ ଯାଉଛି । ବାପା ମାଆଙ୍କୁ ଏଇନେ ଏଖବର କହିବୁନି । ସମସ୍ତେ ଘରକୁ ଗଲେ ସରପରାଇଜ୍ ନିଉଜ୍ ଦେବା । ଆଚ୍ଛା ବାଏ ! ସେ ପଟୁ ଫୋନ ରଖୁ ରାଜ୍ ତା ଅପା କଥା । ଭାବିଲା । ସାନ ଅପାର କାଲିପରି ବାହାଘର ହୋଇଥିଲା । ସେ ମାଆ ହେବାକୁ ଯାଉଛି । ସବୁ ମୋ ଅପା ଯୋଗୁଁ ସିନା ! ଅଥଚ ଅପା, ଯଦି ତା ଶାଶୁ ଘରେ ଏଇନେ ଥାଆନ୍ତା, ସେ କେବେଠୁଁ ମଆ ହୋଇ ସାରନ୍ତାଣି । ଆଉ ମୁଁ ମାମୁଁ । ଅଥଚ ଅପା ଆଜି ଆମଘରେ ଝିଅ ନହୋଇ ପୁଅଟେ ପରି ସମସ୍ତଙ୍କ ପାଇଁ ସବୁ ଜାମ ନିର୍ବିକାରରେ କରିଚାଲିଛି ।
ଏ ବାବଦରେ ସେ ଦିପ୍ଲଟ ଭାଇଙ୍କ ସାଙ୍ଗରେ କଥା ହେବ । ଦରକାର ହେଲେ ସେ ବିପ୍ଲବ ଭାଇ ପାଖକୁ ଯାଇ ଏ ବିଷଯରେ ଆଲୋଚନା କରିବ । ଯଦି ଶୋଭନ୍ ଭାଇ ଏଯାଏ ବିବାହ କରି ନଥିବେ, ତେବେ ତାଙ୍କୁ ମନାଇ ଅପା ସାଙ୍ଗରେ ବିଭାଘର କରିଦେଲେ କେମିତି ହୁଅନ୍ତା ? ଅତୀତରେ ହୋଇଯାଇଥିବା ଦୁର୍ଘଟଣାକୁ ଯଦି ଣୋଇନ ଭାଇ ଚାହିଁବେ, କଣ ସଜଡାଯାଇ ପାରନ୍ତା ନାହିଁ ? ନିଶ୍ଚୟ ପାରି ହୁଅନ୍ତା । ଅପାକଣ ସାରା ଜୀବନ ଏମିତି ରହିବ ? ଦରଂ ଦୁହେଁତ ନୂତନ ସଂସାର ଗଢି ସୁଖରେ ଜୀବନ ବିତାଇ ପାରନ୍ତେ !
ରାଜ୍ର ଭାବନା ଭିତରେ ତା ଅପାର କଥା ପଶି ଗଲାତ, ସେ ଅନୁଭବ କଲା, ଯେମିତି ୟାଭିତରେ ସେ ବହୁତ ବଡ଼ ହୋଇ ଯାଇଛି । ଏସଦୂ ସମସ୍ୟା ନିଜ ଉପରକୂ ନେଇ ସମାଧାନ କରିବା ତାର ପ୍ରଥମ କାମରେ ଯିଚା ଉଚିତ୍ । ନଇଲେ ସମୟ ବହୁତ ଆଗକୁ ଚାଲିଯିବ ।
ହଷ୍ଟେଲ ଭିତରୁ ଡାକ ଛାଡୁଥିଲା ତା ରୁମ୍ ମେଟ୍ ଦିନେଶ ! ‘ ଶୀଘ୍ର ଆ, ତତେ କିଏ ଏଠି ଖୋଜୁଛନ୍ତି । ରାଜ୍ ଗେଟ୍ ପାଖକୁ ଆସି ଦେଖୁଲା ତା ସ୍କୁଲ ସାଂଗ ଅବିନାଶର ବାପା ପଞ୍ଚାନନ ମଉସା। ପାଦ ଛୁଇଁ ପ୍ରଣାମ କରିଲା ରାଜ୍ । “ଆପଣ ଏଠି” ମୋ ପାଖରେ କିଛି କାମ ଥୁଲା ? ମୋ ରୁମ କୁ ଆସନ୍ତୁ ।
ତା ପଛରେ ଅବିନାଶର ବାପା ଓରଫ୍ ପଞ୍ଚାନନ ମଉସା । ଅବିନାଶ ତା ସାଥିରେ ପଢୁଥିଲା | ଭଲ ରାଙ୍କ ପାଇଲା ନାହିଁ ବୋଲି ଇଂଜିନିୟରିଂ ରେ ନାଆଁ ଲେଖାଇ ପାରିନଥିଲା | ଆଜିକାଲି ସେ କେଉଁଠି ? କେଉଁଠି କେଜାଣି ! ଅଥଚ ମଉସା ଆଜି ମୋ ପାଖରେ କି କାମ ନେଇ ଆସିଛନ୍ତି ଯେ ?
ମଉସା ପାଟି ଶୁଭିଲା, “ବୁବୁ ଏଥର ଭଲ ରାଙ୍କ ପାଇଛି | ଲଗାତାର ଦୁଇବର୍ଷ ପରିଶ୍ରମ ପରେ ଏଥର ସେ ସଫଳ ହୋଇଛି | ଟେରାସ୍ତାସନ ରାତି ଅନିଦ୍ରା ପାଠପଢ଼ା, ଓ ଖାଇବା ପିଇବାରେ ଅନିୟମିତ ହୋଇ ଶକ୍ତ ବେମାରରେ ପଡିଗଲା । ଟାଇଫଏଡ୍ ଆଉ ମ୍ୟାଲେଗିଆ ଭୟରେ ପଡି କଷ୍ଟ ପାଇଲା । ଏଥର ଭଲ ରାଙ୍କ ଯା ହେଉ ତାକୁ ମିଳିଛି । ତାର ଇଚ୍ଛା ସେ ଏହି ରାଉର୍ କେଲାରେ ପଡିବ ।
ପଞ୍ଚାନନ ମଉସାଙ୍କ ଉଦ୍ଦେଶ୍ୟ ବୁଝିଲି । କହିଲି “ ଆଜିକାଲି ଆଡ୍ମିଶନ ପଦ୍ଧତି ସବୁ ଅଲଗା ହେଲାଣି । ପ୍ରଥମେ ସେ କାଉନ୍ସେଲିଂରେ ଆପିୟର୍ କରି ପାସ୍ କରିବ । ତାପରେ ଅନ୍ ଲାଇନ୍ରେ ତାର ପସନ୍ଦ ଜାଗା ଅନ୍ୟୁନ ଦୁଇଟି ସ୍ଥାନ ଉଲ୍ଲେଖ କରି ଫର୍ମ ପକାଇବ । ଏବଂ ପ୍ରତିଦିନ ନେଟ୍ ଚେକ୍ କରୁଥିବ । ଜାଣିବ କେଉଁ ସ୍ଥାନରେ ତାର ଠିକ୍ ହେଲା । ତାପରେ ସେହି ତାରିଖ, ସେତିକ ଟଙ୍କା ଯାହା ତା ପାଇଁ ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ ଥିବ ନେଇ ଦାଖଲ କରିବ । ବୁବୁ ଆସିଛି ? ସେ ଆସିଥିଲେ ସବୁ ବୁଝି ଯାଇଥାନ୍ତା । ଭାଚୁଚି ଏକଥାକୁସବୁ ସେ ଜାଣିଥିବ । ଆପଣ ଅଯଥା ବ୍ୟସ୍ତ ହୋଇ ଚାଲି ଆସିଲେ !।”
-“ପ୍ରକୃତରେ ମୁଁ କିଛି ଜାଣିନିତ ! ଭାବିଲି ଆଗ ଯାଇ ବୁଝିଦିଏ ଟିକେ | ସେ ମୋତେ ଖାଲି ଟଙ୍କା ଯୋଗାଡ କରିବା କଥା କହୁଥିଲା ତା ମାଆ ଜରିଆରେ । ମୁଁ ଏଠି ମୋ ଭଉଣୀ ଅନୁପମା, ଯେ ବାସନ୍ତୀ କଲୋନୀ ରେ ରହୁଛି ତାରି ପାଖରେ ଅଛି । ଏଠିକି ଖବର ନେଇ ତୋତେ ଭେଟିବାକୁ ଗଲି ଆସିଲି । ବିଦ୍ୟା ଖବର କଣ ? ତାର ସବୁ ଭଲତ ?
ହଁ ସେ ଭଲରେ ଅଛି । ଆମ ଘରେ ଅପାତ ଏଇନେ ବଡପୁଅ । ମୋ ପଢା ଖର୍ଚ୍ଚତ ସବୁ ଅପା ହିଁ ଫାଇନାନ୍ସ କରୁଛି ।
-‘ଗାଟେ କଥା ରାଜ୍ ମନକୁ ଆସୁଚି | ତତେ କେମିତି ଲାଗିବ, ଭାବି ଦବି ଯାଉଛି । ଏଇ ଆମ ବିଦ୍ୟା ପାଇଁ । ମୋ ଶଳାର ପୁଅ । ଭଲ ଦୁଇ ପଇସା ରୋଜଗାର କରୁଚି । ସ୍ତ୍ରୀ ଟା ଗତ ତିନିବର୍ଷ ହେଲା ମରିଯାଇଛି । ଦୁଇଟା ପୁଅ ଝିଅକୁ ନେଇ ସେ ବହୁତ ହଇରାଣ ହେଉଛି । ମୁଁ ଭାବୁ ଚି ବିଦ୍ୟା ସାଙ୍ଗରେ ବାହାଘର କରି ଦେଲେ କେମିତି ହୁଅନ୍ତା ? ତମ୍ଭେମାନେ ଆଜିକାଲିକା ପିଲା ତମେ ସବୁ ରାଜି ହେଲେ ମୁଁ ତମବାପାଙ୍କ ସାଂଗରେ ଏ ବାବଦରେ କଥାବାର୍ତ୍ତା କରନ୍ତି ! “
ରାଜ ରକ୍ତ ଶୁଣୁଶୁଣୁ ତାତି ଗଲାଣି । ତଥାପି ନିଜକୁ ଶାନ୍ତ ରଖି ପଚାରିଲା, “ଏଇ ଆପଣଙ୍କ ଶଳା ପୁଅର ବର୍ତ୍ତମାନ ବୟସ କେତେ ?”
“ଏଇ ପଇଁଚାଳିଶ, ଅଡଚାଳିଶ ଭଳି ହେବ । ବେଶୀ ନୁହେଁ । ତା’ଛଡା ପୁଅଙ୍କର କଣ ଗୋଟେ ବୟସ ଧରାଯାଏ ?” ହସିଲେ ପଞ୍ଚାନନ ମଉସା ।
‘ଦେଖନ୍ତୁ ମଉସା ମୁଁ ତ ଘରର ସାନ ପିଲାଟେ । ବାପା ଅଛନ୍ତି ଯାହା ନିଷ୍ପତ୍ତି ନେବେ । ତେବେ ଏଥର ବାପାଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବ ନାହିଁ । ଅପାକୁ ଆଗ ଏ ବାବଦରେ ପଚରା ଯିବା । ମୁଁ ଜାଣିଛି ଅପାକୁ ଏବେ ଅଠେଇଶ ବର୍ଷ । ଅଠେଇଶ ବର୍ଷର ଝିଅ ସାଙ୍ଗରେ ଗୋଟେ ପଚାଶ ବର୍ଷର ଦର ଚୁଢା ପୁଣି ଦୁଇଟା ପିଲାର ବାପାକୁ କିଏ ଆମ ଘରେ କେମିତି ଗ୍ରହଣ କରିବେ କେଜାଣି ? ମୁଁ କିନ୍ତୁ ପୁରା ବିରୋଧ କରିବି । ଅପା କଥାରେ କାହା ସହିତ ସମ୍ବନ୍ଧ ବାନ୍ଧିବା ପୂର୍ବରୁ ଥରେ ଚିନ୍ତା କଲେନି ? ଆପଣ ଅପାର ଦୁଇଟା ପିଲା ଥିଲେ, ପ୍ରସ୍ତାବ ପକେଇ ଥିଲେ ମୁଁ ଭାବିଥାନ୍ତି ଆପଣ ନିରପେକ୍ଷବିଚାରକ । କେଉଁ ଅପରାଧରେ ଅପାକୁ ବନ୍ଧା ଗାଈଟେ ପରି ଗୋଟେ ପଚାଶବର୍ଷର ଲୋକ ହାତରେ ଟେକି ଦେବୁ ଆମେ ? ଆପଣଙ୍କ ମନରେ ଝିଅମାନଙ୍କ ପାଇଁ ଏମିତି ମାନସିକତା କାହିଁକି ଥାଏ ? ମୋ ଅପାବୋଲି ନୁହେଁ, ଆପଣଙ୍କ ଝିଅର ଏ ଦୁର୍ଭାଗ୍ୟ ହୋଇଥିଲେ, ଆପଣ ଏ ପ୍ରସ୍ତାବକୁ ସ୍ଵାଗତ କରିଥାନ୍ତେ ? ଅପା ଭଲରେ ଅଛି । ବରଂ ଶଳାର ପୁଅ ପାଇଁ ଆଉ କେଉଁଠି ଖୋଜାଖୋଜି କରନ୍ତୁ, ନମସ୍କାର । ଅବିନାଶ ଯଦି ଆସେ ତାକୁ ହଷ୍ଟେଲ ଠିକଣା କହିଦେବେ, ସେ ଆସିପାରେ । ଅଗତ୍ୟା ପଞ୍ଚାନନ ଚେୟାରରୁ ଉଠିଲେ । ରାଜ୍ ଲକ୍ଷ୍ୟ କରୁଥିଲା ମଉସା ଧୀରେ ଧୀରେ ଗେଟ୍ ବାହାରକୁ ଯାଉଛନ୍ତି ।
କଣ ଏମାନେ ଭାବନ୍ତି ? ରାଗରେ ରାଜ୍ ଖଟ ଉପରକୁ ଦୁଇଚାରି ମୁଥିପକେଇ ନିଜକୁ ନିୟନ୍ତ୍ରଣକୁ ଆଣୁଥିଲା । ମଝିରେ ଆଉ ଗୋଟିଏ ଦିନ ପରେ ସେ ଗାଆଁକୁ ଯିବ । ହଷ୍ଟେଲ ସୁପରିଟେଣ୍ଡେଣ୍ଡଙ୍କ ଠାରୁ ଅନୁମତି ଦରଖାସ୍ତ ଦେଇ ଆଣିବ । ନିଜ ଡ୍ରେଶ ପ୍ୟାକ କରିବ । ଟିକେଟ୍ ବୁକ୍ କରିବ । ଗୁଡାଏ କାମ । ଅଥଟ ଗୋଟେ ଅଯଥା ଲୋକର ଅଯଥା କଥାରେ ମଣିଷ ଏତେ କଷ୍ଟପାଇଲା ।
ଏକଥା କିନ୍ତୁ ସେ ବାପା ମାଆଙ୍କୁ ସେ ନିଶ୍ଚୟ କହିବ । କୁଣିଆକୁ କାନ୍ଥଭରା କାହିଁକି ? ଅପାକୁ କହିବି ? ନା ବାବା ନା ସେ ଯେଉଁ ପିଲା ସିଧା ବରଷିଜିବି ମୋ ଉପରେ । ତୋର ସାହାସ ହେଲା କେମିତି ଏକଥା ମୋତେ କହିବାକୁ । ତୋ ଅପାକୁ ତୂ ତା ହେଲେ ଏମିତି ଚିହ୍ନିଚୁ ? ହଁ, ଶୁଣିବୁ ନି କାହିଁକି ? ଅପାତ’ ବୋଝ ହୋଇଛି ସମସ୍ତଙ୍କର । ସେ ପଞ୍ଚାନନ ଏତେକଥା କହୁଥିଲା ଆଉ ତୁ ବେଦ ଶୁଣିଲା ଭଳି ପିଉଥିଲୁ ? ନା ବାବା ନା, ଅପାକୁ ଜମା ନୁହେଁ ।”
ରାଜ ଚମକି ପଡ଼ିଲା । ଆରେ ସେ ଏତେ ବାଟ ଭାବି ଯାଉଛି କାହିଁକି ? ସେତ ପଞ୍ଚାନନ ମଉସାଙ୍କୁ ଯାହା ଜବାବ ଦେଇଛି । ଆଉ ଆମ ଘର ଆଡେ ମୁହାଁଇବେ ବି ନାହିଁ । ସେ ପ୍ରସଂଗ ଆଉ କାହିଁକି ? ଏଣିକି ଘରକୁ ଯିବାର ଯୋଜନା । ମନବଦଳାଇବା ପାଇଁ ରାଜ୍ କିଛି ସମୟ ବାହାରକୁ ଚାଲିଗଲା ।