କବିତା

ଅନ୍ୟନାମ

Dr Mousumi Parida's Odia poem Anyanaama

ତେବେ ବି ହଜାଇଦେବାର ଭୟରେ..
କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା
ଜୀବନର ଅନ୍ୟନାମ ପରିବର୍ତନ !

ଅନ୍ୟନାମ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶୁଭୁନଥିଲା ମନ୍ଦିର ଆଳତୀ..!
ଘଂଟି ଘଂଟାର କାନତାବ୍ଦା ଶବ୍ଦ..
ଚାହିଁଥିଲା ଗୋଟେ ଛବିକୁ..
ପରଖୁଥିଲା ଅନୁଭବର ଦୋଛକିରେ
ମନ ଯେବେ ବାରବାର ଭାଙ୍ଗୁଥାଏ,
ଯୋଡିବାର ଲାଳସାରେ ନିଜକୁ ନିଜେ
ପରାସ୍ତ କରିବାକୁ ହେଉଥାଏ ।

ନିନ୍ଦୁଥିଲା ସେ ଅଭିଶପ୍ତ ବେଳାକୁ, ନିର୍ଲ୍ଲଜ ଆଖିକୁ..!

ନିଜକୁ ହଜାଇ ଦେବାର ଦୁଃଖକୁ
ଛାତିତଳେ ଯାତନାର କୁମ୍ଭକୁ ଜାକିଧରି
ଖୁସିର ଛଳନା ଢେର୍ ହୋଇଗଲା !

ନିଜକୁ ଭଣ୍ଡେଇ ପଚାରୁଥିଲା
ଫେରିଆସନ୍ତାନି ସେ ଅତୀତ ଯେଉଁଠି
ସମୟଟା ମୁହଁ ଜାକି ଶୋଇଯାଉଥିଲା
ପରାଜିତ ହୋଇ !

ରାତିର ଆଲୋକ ଲାଗୁଥିଲା
ଦିନଠାରୁ ବି ଉଜ୍ଜଳତର !

ମାଟି ଛୁଇଁଲେ ସୁନା ପାଲଟୁଥିଲା !

ସେ ନିଆରା ଅନୁଭବର ରଙ୍ଗ ମନକୁ
ଗୋଟାପଣେ କବଳିତ କରିସାରିଥିଲା !

ଯୋଉଠୁ ଆଉ ଫେରିବାର ରାହା ନଥିଲା
କି ବଂଚିବାର ସୂତ୍ର !

ତେବେ ବି ହଜାଇଦେବାର ଭୟରେ..
କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା
ଜୀବନର ଅନ୍ୟନାମ ପରିବର୍ତନ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top