କବିତା

ହିଂସାର ଅମରାବତୀ

Surendra Kumar Behera's odia poem Hinsaara Amaraabati

ସତ୍ୟର ମଙ୍ଗ ଧରି
ଯେଉଁ ମାଟିରେ ଫୁଙ୍କି ଦେଇଥିଲ
ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର,
ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ
ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର ଭେଦଭାବରେ
ଅହରହ ଶଙ୍କିତ, ସନ୍ତାପିତ ଓ ରକ୍ତରଞ୍ଜିତ ।

ହିଂସାର ଅମରାବତୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହେ ମହାତ୍ମା. . .
ଅହିଂସାର ମଞ୍ଜି ବୁଣି
ଯେଉଁ ମାଟିରେ ଫଳାଇଥିଲ
ସ୍ୱାଧୀନତାର ଶ୍ୟାମଳ ଶସ୍ୟ,
ସେ ମାଟି ଆଜି ପାଲଟି ଯାଇଛି
ଦେଶଦ୍ରୋହୀ, ଜାତିଦ୍ରୋହୀ
ଜଲ୍ଲାଦଙ୍କ ହିଂସାର ଅମରାବତୀ ।

ସତ୍ୟର ମଙ୍ଗ ଧରି
ଯେଉଁ ମାଟିରେ ଫୁଙ୍କି ଦେଇଥିଲ
ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର,
ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ
ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର ଭେଦଭାବରେ
ଅହରହ ଶଙ୍କିତ, ସନ୍ତାପିତ ଓ ରକ୍ତରଞ୍ଜିତ ।

ଶାନ୍ତି, ମୈତ୍ରୀ, ପ୍ରେମ ଆଉ ମାନବତାର
ମହୁ ପିଇ ତମେ, ଯେଉଁ ମାଟିରେ
କରିଥିଲ ପଣ, ଥାପିବାକୁ
ତୁମ ଈପ୍ସିତ ସ୍ୱପ୍ନର ରାମରାଜ୍ୟ
ଧରାଇବାକୁ ଗ୍ରାମ ସ୍ୱରାଜର
ଗଣସମ୍ୱିଧାନ, ସେ ମାଟି ଆଜି ଦୁର୍ନୀତି,
ଜୁଆଚୋରି, ଶୋଷଣ, ଧର୍ଷଣ ଓ ଭ୍ରଷ୍ଟାଚାରର
ମହାସୁନାମିରେ କୂଳକିନାରା ହରାଇ
ତୋଳୁଅଛି, ଦେଶ ବିଦେଶରେ
କଳା କୁବେରଙ୍କ କଳାକାରନାମାରେ
ଅସତ୍ୟ ସହର ।

ଅହିଂସାର ଦୁନ୍ଦୁଭି ବଜାଇ, ଯେଉଁ ମାଟିରୁ
ବିନା ଯୁଦ୍ଧେ ଘଉଡ଼ାଇ ଦେଉଥିଲ
ଗୋରା ଫିରିଙ୍ଗୀ ଦଳ, ସେ ମାଟିରେ
ଆଜି ଶୁଭୁଅଛି, ଦଳ ଦଳ ପଲ ପଲ
ଦେଶୀ-ବିଦେଶୀ ପୁଞ୍ଜିବାଦୀ ଆଉ
ଶିଳ୍ପପତିଙ୍କ ଗର୍ଜ୍ଜନ ତର୍ଜ୍ଜନର ତୀବ୍ର ଭୂକମ୍ପନ ।
ରାତାରାତି ଗଢ଼ିବାକୁ ଖଟିଖିଆ, ଦିନମଜୁରିଆଙ୍କ
ସାତପୁରୁଷର ଭିଟାମାଟି ପରେ
ଶିଳ୍ପର ଅଳକାପୁର, ଆଉ ପ୍ରଗତିର
ମଖମଲ୍ଲୀ ଶେଯରେ ମଧୁଶଯ୍ୟା କରି
ଲୁଟିବାକୁ ଆମ ରତ୍ନଗର୍ଭା ମାଟିରୁ
ଖଣି, ଖାଦାନ, ଜଳ, ଜମି, ଜଙ୍ଗଲ, ମୀନ ଓ ପାନ ।

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top