ମଣିଷ ତାର ନିଜର ଲାଳସାକୁ ପୂର୍ଣ୍ଣ କରିବାକୁ ଯାଇ କିଛିବି କରିପାରେ । ଏହି କଥାଟି କିଛିଲୋକଙ୍କୁ ଖରାପ୍ ଲାଗୁଥାଇପାରେ କିନ୍ତୁ ଏହା ହିଁ ସତ, ସେହିପରି ଗୋଟିଏ ଉଦାହରଣ ଏଥିରେ ଦେଉଛି।
ଆମେତ ଛୋଟପିଲା ଆମେ କୁଆଡେ ଦେଶର ଭବିଷ୍ୟତ ଏ କଥା ଅଧିକାଂଶ ରାଜନେତା ମାନେ କୁହନ୍ତି । ଯଦି ଆମେ ଦେଶର ଭବିଷ୍ୟତ ଆମ ସହ ଏମିତି ଅନ୍ୟାୟ କଣ ପାଇଁ ?? ଆମେ ଯେତେବେଳେ ୫ ବର୍ଷର ଥିଲୁ ସେତେବେଳେ ଆମ ବାପା ଆଉ ବୋଉ ବହୁତ୍ ଆଶା ନେଇକି ଏହି ବିଦ୍ୟାଳୟକୁ ପଠାଇଥିଲେ କାରଣ ଆମେ ପାଠ ପଢ଼ିବୁ ଆଉ ବଡ ହାକିମ ଟିଏ ହେଇ କି ତାଙ୍କ ନାମ ଟି ସାରା ରାଇଜରେ ରଖିବୁ। ଆଜି ତ ତାଙ୍କ ଆଶା ଅଧାରେ ସେକଥା ଛାଡନ୍ତୁ ସେ ଆଶା ଆଶାରେ ଥାଉ ଆମ ପାଇଁ ସରକାର ବହୁତ୍ ଯୋଜନା କରୁଛନ୍ତି ସେ ଯୋଜନା ଆମର କୁଆଡେ ବହୁତ୍ ଉପକାର କରୁଛି ସେ ପାଣିଆ ଡାଲମା ଯୋଜନା ହେଉ କି ରାଜନୀତିକ ଦଳ ରଙ୍ଗର ପୋଷାକ ଯୋଜନା । ମୁଁ ଖବର କାଗଜରୁ ପଢିଲି ଆମ ସରକାର ଆମ ପାଇଁ କୁଆଡେ ଗୋଟେ ନୂଆ ବଜେଟ ଆଣିଛନ୍ତି ଯେ ବଜେଟର ପଇସା ଆମ ପାଇଁ ଖର୍ଚ୍ଚ ହେବ ନା କୋଉ ଶିକ୍ଷା ଅଧିକାରୀ ଓ ଅମବିଦ୍ୟାଳୟ କତୃପକ୍ଷଙ୍କ ପାଇଁ ଖର୍ଚ୍ଚ ହେବ ସେଇଟା ଦେଖିବା ବାକି ରହିଲା । ସେ ସବୁ କଥା ଛାଡ ନିକଟରେ ଆମ ମଣ୍ଡଳ ଅଧୀନରେରେ ଥିବା ଏକ ବିଦ୍ୟାଳୟର ହୀରକ ଜୟନ୍ତୀ ଅନୁଷ୍ଠିତ ହେଲା । ସେଠାକୁ ଆମ ଓଡ଼ିଶା ର ବହୁ ବଡ଼ ବଡ଼ ନେତା ମାନେ ଆସିଥିଲେ ବହୁତ୍ ଭଲ ଲାଗିଲା କିନ୍ତୁ ଦୁଃଖର କଥା ସେଠାରେ ଆମ ମାନଙ୍କୁ ଉପଦେଶ ଦେଲାଭଳି କଥା କିଛି ନଥିଲା । ସେ ଭାଷଣ ରେ ଥିଲା ଜଣେ ଜଣଙ୍କୁ କଟାକ୍ଷ ଥିଲା ଭଳି କଥା ।
ଆମ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ସେ କଥା କୌଣସି ଶିକ୍ଷା ଅଧିକାରୀ ଓ ରାଜନେତାମାନଙ୍କୁ ଦେଖାଯାଉନାହିଁ କିନ୍ତୁ ଆମର ବିଦ୍ୟାଳୟ ରେ କିଛି ଉଚ୍ଛବ ହଉ ଦେଖିବେ ନେତାଙ୍କର ବଡ଼ ଗାଡିର ଲାଇନ ଲାଗିବ।
ମୁଁ ବୁଝିପରୁନି ଆମପାଇଁ ତାଙ୍କ ଦରଦ କଣ ପାଇ ଓହୋ ଆମେ ଦେଶର ପରା ଭବିଷ୍ୟତ।
ଆମ ସମାଜ ର ଭୂମିକା ମଧ୍ୟ ଆମଶିକ୍ଷା ପାଇଁ ଖୁବ୍ ବଳିଦାନ ଅଛି । କିଛି ବି ଗୋଟେ କଣା ପ୍ରୋଗ୍ରାମ ହଉ ଦେଖିବେ ଯୋଉ ମିଟିଂଟେ ହେବ ଆମ ଗ୍ରାମ ଲୋକ ନେତାଙ୍କୁ ଡାକିବାକୁ ଅଣ୍ଟା ଭିଡ଼ିବେ କୋଉ ଧାର୍ମିକ ଲୋକ କି କୋଉ ସମାଜ ସେବିଙ୍କୁ ନୁହେଁ।
ସେହି ନେତା ମାନଙ୍କୁ ମୋର ଛୋଟ ମୁହଁ ରେ ଗୋଟେ ପ୍ରଶ୍ନ ଆପଣ ମାନେ ଯୋଉ କହୁଛନ୍ତି ଆମେ ଆପଣଙ୍କ ପିଲା । ଥରେ ଭାବିଲେ ଆପଣ କଣ ଆପଣଙ୍କ ପିଲାଙ୍କ ଜୀବନକୁ ଏମିତି ନଷ୍ଟ କରିଥାନ୍ତେ ?
ଯଦି ଆପଣ ହଁ କହିବେ ତେବେ ଆପଣ ଜଣେ ମଣିଷ ନୁହଁନ୍ତି ଜଣେ ସାକ୍ଷାତ ପଶୁ ।
ଯଦି ଆପଣ ନା କହିବେ ତେବେ ଆମେ ବି ଆମ ବାପା ବୋଉଙ୍କ ପିଲା ଆମ ଜୀବନକୁ ନଷ୍ଟ କରି ଆପଣଙ୍କୁ କି ଲାଭ ମିଳୁଛି ଥରେ କହିବେ କି ?? ତେବେ ଆପଣ ଚାହୁଛନ୍ତି ଆମେ ବଡ଼ ହୋଇ ବେକାର ରହିବୁ ଓ ନିର୍ବାଚନ ସମୟରେ ଆପଣ ଙ୍କ କାର ପଛରେ ଜିନ୍ଦାବାଦ ଜିନ୍ଦାବାଦ କହି ଯିବୁ।
ଆମ ସମାଜ ଓ ସମାଜର ଲୋକଙ୍କ ମନରେ ଗୋଟେ ଧାରଣା ପଶିଚି ଆମ ବିଦ୍ୟାଳୟ ପରିସରର ଉନ୍ନତି ଆଜ୍ଞା ଆପଣ ମାନେ ବି ବୁଝିବା ଦରକାର କେବଳ ପରିସର ଉନ୍ନତି ହେଲେ ହେବ ନାହିଁ ତା ସହିତ ପିଲାଙ୍କ ଭବିଷ୍ୟତକୁ ମଧ୍ୟ ଦେଖିବାକୁ ପଡ଼ିବ ହୁଏତ ଆପଣ ଆପଣଙ୍କ ରାସ୍ତାରେ ଠିକ୍ ଅଛନ୍ତି କିନ୍ତୁ ଆପଣ ଯାହାଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜନୀତି ।
ଦେଖା ଯାଉ କେବେ ଏ ରାଜନୀତି ଆମ ଠାରୁ ଦୁରାଉଛି ।