କବିତା

ବନବାସ

Brundabana Das's odia poem Banabasa

କେହି ଜଣେ ଛପି ବସିଥାଏ ସେଇ ସମୟକୁ
ପ୍ରତୀକ୍ଷିତ ମୁହୂର୍ଭ ହିଁ ପହଞ୍ଚିଯାଏ ଠିକଣା ବେଳେ

ବନବାସ

କେବେ କେବେ ବନବାସ ଯୋଗ
ରାତି ପାହିବା ଆଗରୁ ଅଚାନକ ବଦଳିଯାଏ
କଳ୍ପିତ ଦୃଶ୍ୟର ଚାରୁ ଚିତ୍ରଛବି
ନିରବ ଝଡ଼ର ଭାଷା ସଂକ୍ରମିତ ହୋଇ ସାରିଥାଏ
ସାରାରାଜ୍ୟ ସରହଦ ଅତିକ୍ରମ କରି
ସୂର୍ଯ୍ୟ ଉଇଁବା ବେଳକୁ ଚମକୁ ଥାଏ
ସମଗ୍ର ନଗରୀ, ପଥପ୍ରାନ୍ତ, ଅଟାଳିକା, ଜନପଦ
ଗଛପତ୍ର, କେଦାରମାଳା, ଫୁଲ ଓ ପଥର
ବିଷାଦର ଘନ କଳାଛାଇ ।

କେହି ଜଣେ ଛପି ବସିଥାଏ ସେଇ ସମୟକୁ
ପ୍ରତୀକ୍ଷିତ ମୁହୂର୍ଭ ହିଁ ପହଞ୍ଚିଯାଏ ଠିକଣା ବେଳେ
ମୁଖା ତଳର ଆତତାୟୀ ପେଶ୍‌ କରେ
ତା’ ଅସଲ ଚେହେରା -ବଦଳେ ଦୃଶ୍ୟପଟ
ଲୁହନଈ ଧୋଇନିଏ ପ୍ରସ୍ତୁତିର ବ୍ଲୁ ପ୍ରିଣ୍ଟ୍‌
ଆସନ୍ତାକାଲିର ସବୁ ଏଶ୍ଵର୍ଯ୍ୟ ଆନନ୍ଦ ।

ବୁଝି ହୁଏନା ଫମ୍ପା ଆଦର୍ଶର ଦ୍ଵାହିରେ
ବଜ୍ର ଶପଥରେ
ସଢିବ କେହି ଜଣେ ଜୀବନ ବ୍ୟାପି
ରାସ୍ତା ସରିବ ପଛେ ମିଛ ଆହାଃରେ
ଖାଲି ଜଳୁଥିବ ଦେଖାଉଥିବ ଆଲୋକ
ଏ କେଉଁ କଥା ଏ କେଉଁ ପୁଣ୍ୟ
ଜଣକ ନିଃଶେଷରେ ସୃଷ୍ଟି ହେଉଥୁବ
ଆଉ କା’ ପାଇଁ ଗୋଟେ ଗୋଟେ ନୂଆ ଦିଶା;
ପ୍ରତି ଆରମ୍ଭରେ
ପରସ୍ତ ପରସ୍ତ ଅନ୍ଧାର ଧସି ପଡ଼ୁଥୁବ
ଉନ୍ମେଷ ହେଉଥୁବ ଏକ ସମୁଜ୍ଜ୍ଵଳ ବର୍ତ୍ତିକାର ।

ବନବାସ ହେଉ ଜ୍ଞାତ କି ଅଜ୍ଞାତ
କେହି ନା କେହି ଭୋଗେ; ଜୀବନରେ ଘୋଟେ ମେଘ
ବର୍ଷା ହୋଇ ବର୍ଷି ଯିବାଟା ବୋଧେ କା’ ପାଇଁ
ଏମିତି ଜନ୍ମର ଉତ୍ତରଣ କେତେ ଜଣଙ୍କ ଭାଗ୍ୟରେ ଯୁଟେ ! !
ସମୟର ସ୍ପନ୍ଦନରେ ହୋ ହ’ଲ୍ଲା ବାହାରେ
ଅତି ଏକାନ୍ତରେ ସଜା କାଟିବାକୁ ପ୍ରସ୍ତୁତ
ହୁଏ କିଏ ନିରନ୍ତର ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top