ତୁମେ ସିନା ବାଛି ନେଲ
ଅଫେରା ରାଇଜ ର ନିରନ୍ଧ୍ର ନିଳୟ
କେବେ ଭାବିଛ କି ?
କେମିତି ରହିଥିବ ତୁମର ସେ ବୁଢ଼ୀ ମା,
ଦୂରେଇ ଦେଇ ତା କୁଳନନ୍ଦନ, ଅନ୍ଧରଲଉଡ଼ି, ଏକୋଇର ବଳା ବିଶିକେଶନ କୁ ।
ନିତି ସକାଳୁ ଆକାଶରେ ସିନ୍ଦୁରା ଫାଟିଲା ବେଳକୁ, ସେ ଡାକୁଛି
ରେ ଅଭି……..
ଧନ ରେ ଉଠ କାମକୁ ଯିବୁ
ମୂଲ ଖଟି ମଜୁରୀ ଆଣିବୁ
ଆମ କୁଟୁମ୍ବ ପୋଷା ହେବ ।।
ଭାବିଛ କି ?
ତୁମର ସେବୁଢ଼ା ବାପ ଟି ର କଥା ।
ଦିନ ଟା ଯେନେ ତେନେ କଟିଯାଉଛି,
ରାତିରେ ଦେହ ଟା ବିଛଣା ଧରିଲେ
ମନେ ପଡିଯାଉଛି ଆଣ୍ଠୁ ଦରଜ
ଓଷଧ ଟା ସରିଯାଇଛି ।
ରେ ଅଭି କୁଆଡେ଼ ଗଲୁ….
କାମରୁ ଫେରିଲେ ଓଷଧ ଆଣିବୁ… ।।
ପୁଅ ଝିଅ ପଖାଳ କଂସା ପାଖରେ
ବସି ଲୁହ ଗଡାଉଛନ୍ତି,
ଆଖିର ଲୁହରେ ଲବଣାକ୍ତ
ହେଇଯାଉଛି ପଖାଳ କଂସା
ଲୁଣ ଆଉ ଦରକାର ପଡ଼ିବନି ।
ତୁମେ ଭାବିଛ କି ?
ସେ ତେଲ ଲୁଣ ର ଅଭାବି
ସଂସାର ଟା କେମିତି ଚଳିବ ।।
ସାରା ଜୀବନ କୁ ସାଥୀ ହେଇ ରହିବାକୁ
କଥା ଦେଇ, ହାତ ଧରି ଆଣିଥିବା
ପତ୍ନୀ କଥା ।
ସେ ଜାଣେ ତୁମେ ଫେରିବେନି
ତଥାପି,
ଆଖିରେ ଶୁଖୁଆ କଣ୍ଟା ଗେଞ୍ଜି
ଚାତକ ଭଳି ଚାହିଁ ରହିଛି ତୁମ ବାଟକୁ ।।