କବିତା

ବସନ୍ତ

Manjurani Mishra's odia poem Basanta

ଇଚ୍ଛାଟିଏ ମୁକୁଳି ଆସୁଛି
ଥାକ ଥାକ ସ୍ୱପ୍ନରେ ଭରପୁର
ଗୋଧୂଳିର ଅରୁଣିମା
ତୁମେ କାହା ପ୍ରିୟତମା

ବସନ୍ତ

ବସନ୍ତ
ପ୍ରଗଲ୍ଭ ସ୍ମୃତିରେ ତୁମେ ଶ୍ରୀମନ୍ତ
ତୁମ ଝର୍କାରେ ବଉଳ ବାତ୍ସ୍ନା ଫିଙ୍ଗୁଛି
ରୂପା ଜହ୍ନ କବିତା ଲେଖୁଛି
ଆଦିମ ଅହଂର ବନ୍ଧ୍ୟା ମାଟିରୁ
ଇଚ୍ଛାଟିଏ ମୁକୁଳି ଆସୁଛି
ଥାକ ଥାକ ସ୍ୱପ୍ନରେ ଭରପୁର
ଗୋଧୂଳିର ଅରୁଣିମା

ତୁମେ କାହା ପ୍ରିୟତମା
କବିର ଉପମା
ତୁମେ ବିଭୋର
ବ୍ୟସ୍ତ ସନ୍ଧ୍ୟାର କାକଳୀରେ
ମୁଗ୍ଧ ପାହାନ୍ତା ପ୍ରହରରେ
ସ୍ଥିତି ଆଉ ବ୍ୟାପ୍ତିର ବୃତ୍ତିରେ
କାହା ପାଇଁ ଠିକଣା ଲେଖୁଛ
କୃଷ୍ଣଚୂଡ଼ା ଫୁଲ ପାଖୁଡ଼ାରେ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top