କବିତା

ବସନ୍ତ

Manjurani Mishra's odia poem Basanta

ଇଚ୍ଛାଟିଏ ମୁକୁଳି ଆସୁଛି
ଥାକ ଥାକ ସ୍ୱପ୍ନରେ ଭରପୁର
ଗୋଧୂଳିର ଅରୁଣିମା
ତୁମେ କାହା ପ୍ରିୟତମା

ବସନ୍ତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବସନ୍ତ
ପ୍ରଗଲ୍ଭ ସ୍ମୃତିରେ ତୁମେ ଶ୍ରୀମନ୍ତ
ତୁମ ଝର୍କାରେ ବଉଳ ବାତ୍ସ୍ନା ଫିଙ୍ଗୁଛି
ରୂପା ଜହ୍ନ କବିତା ଲେଖୁଛି
ଆଦିମ ଅହଂର ବନ୍ଧ୍ୟା ମାଟିରୁ
ଇଚ୍ଛାଟିଏ ମୁକୁଳି ଆସୁଛି
ଥାକ ଥାକ ସ୍ୱପ୍ନରେ ଭରପୁର
ଗୋଧୂଳିର ଅରୁଣିମା

ତୁମେ କାହା ପ୍ରିୟତମା
କବିର ଉପମା
ତୁମେ ବିଭୋର
ବ୍ୟସ୍ତ ସନ୍ଧ୍ୟାର କାକଳୀରେ
ମୁଗ୍ଧ ପାହାନ୍ତା ପ୍ରହରରେ
ସ୍ଥିତି ଆଉ ବ୍ୟାପ୍ତିର ବୃତ୍ତିରେ
କାହା ପାଇଁ ଠିକଣା ଲେଖୁଛ
କୃଷ୍ଣଚୂଡ଼ା ଫୁଲ ପାଖୁଡ଼ାରେ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top