କବିତା

ଚା’

Manorama Mishra's odia poem Chaa

ନାହିଁ କେ ଆନ ତୋ ଠାରୁ ବଳି
ତୋ ସଙ୍ଗ ସୁଖ ପାରେନି କଳି

ଚା'
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୋ ପାଶେ ଯେବେ ଆସୁ ତୁ ସଖୀ !
ନିବିଡ଼େ ତୋତେ ନିଏ ମୁଁ ଟେକି
ଚୁମଇ ତୋର ବଦନ ସୁଖେ
ଅଧର ସୁଖ ଫୁଟେ ମୋ ମୁଖେ
ଉଷ୍ମ ତୋର ପରଶ ପାଇ
ଶିଥିଳପଣ ଯାଏ ମୋ କାହିଁ
ତୃପ୍ତ ହୁଏ ଶରୀର ମନ
ତୁ ମୋର ସତେ ଜୀବନ ଧନ
ନାହିଁ କେ ଆନ ତୋ ଠାରୁ ବଳି
ତୋ ସଙ୍ଗ ସୁଖ ପାରେନି କଳି

ଥିଲେ ତୁ ପାଶେ ଅପାର ସୁଖ
ଘୁଞ୍ଚାଇ ଦେଉ ସକଳ ଦୁଃଖ
ବାହାରେ ଅବା ଘରେ ମୁଁ ଥାଏ
ବନ୍ଧୁବାସେ କି ପ୍ରବାସେ ଯାଏ
ତୋ’ଠାରେ ମୋର ମତି
ଥରକୁ ଥର ଲୋଡ଼େ ମୁଁ ତୋତେ
ତୋ ବିନା ନାହିଁ ଗତି
ନ ମିଳିଲେ ତୁ ଝୁରଇ କେତେ
ତୁ ମୋର ପ୍ରିୟ ଅତି ! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top