କବିତା

ଚଣ୍ଡାଳ

Dr Sourya Acharya's odia poem Chandaala

ଶିବଦୂତ ମୁଁ. . . ମହାପୁରୁଷ
ସହଭାଗୀ ସବୁରି ଅନ୍ତର
ରାଜା, ରଙ୍କି, ଭୋଗୀ, ଯୋଗୀ
ସମସ୍ତେ ପାଉଁଶ ମୋ ହାତର. . .

ଚଣ୍ଡାଳ

ଚଣ୍ଡାଳ ମୁଁ. . .
ହରିଶ୍ଚନ୍ଦ୍ରର ଅବତାର
ଯୁଗ ଯୁଗର ଯୋଗୀ
ପ୍ରତ୍ୟକ୍ଷ ଦର୍ଶୀ ସତ୍ୟକ ।

ଚିତାର ଦାବାନଳ
ଯଜ୍ଞକୁଣ୍ଡ ମୋର
ଅଶ୍ର୍ରରେ ହୋମ କରେ,
କାଳପୁରୁଷ ମଶାଣି ତୁଠର ।

ଶିବଦୂତ ମୁଁ. . . ମହାପୁରୁଷ
ସହଭାଗୀ ସବୁରି ଅନ୍ତର
ରାଜା, ରଙ୍କି, ଭୋଗୀ, ଯୋଗୀ
ସମସ୍ତେ ପାଉଁଶ ମୋ ହାତର. . .

ଶିବଗଣ ଗୁଣରେ ଗୁଣୀ ମୁଁ
ତାରା. . . ଶ୍ମଶାନର ।
ତାଣ୍ଡବ କରେ ଶିବରଙ୍ଗରେ
ପୂଜାରୀ ମୁଁ. . . ଦିବ୍ୟଶକ୍ତିର ।

ଅବିଚଳିତ ସ୍ଥିତପ୍ରଜ୍ଞ,
ଚିରଜାଗ୍ରତ ପ୍ରାଣ ମୋର
ପ୍ରତି ମୁହୂର୍ତ୍ତ. . . ପ୍ରାପ୍ତ ବୋଧିସତ୍ତ୍ୱ
ପ୍ରକୃତି ମୋର. . . ସ୍ୱୟଂ ବୁଦ୍ଧିର ।।

ଚଣ୍ଡାଳ ମୁଁ. . . ସତ୍ୟର ଅବତାର
ଜୀବନ ପୁସ୍ତକ. . . ଶେଷ ପୃଷ୍ଠାରେ
ମୋହର ସାବେ. . . ଅମର ସାକ୍ଷର ମୋର
ଚଣ୍ଡାଳ ମୁଁ. . . ଅନ୍ତ. . . ସବୁ ଆରମ୍ଭର ! ! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top