କବିତା

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ

Er Bidyadhar Panda's odia poem Debasnaana Purnnimaa Upalakshye

ମନ୍ଦିର ଭିତରେ ରତ୍ନବେଦୀ କାନ୍ଦେ ସରିଗଲା ବୋଲି ଖେଳ
ସ୍ନାହାନ ମଣ୍ଡପ ଡ଼ାକେ ଜଗନ୍ନାଥ ହେଲାଣି ଗାଧୁଆ ବେଳ

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଜି ପରା ଦେବସ୍ନାନ ପୂଣ୍ଣିମା, ମହା ପୂଣ୍ୟମାସ ଜ୍ୟେଷ୍ଠ ପୂର୍ଣ୍ଣିମା
ଧାଡ଼ି ପହଣ୍ଡିକୁ ବିଜେହୁଅ ପ୍ରଭୁ, ଉଛୁର ହେଲାଣି କଳାମଣିମା
ଆଜି ପରା ଦେବସ୍ନାନ ପୂଣ୍ଣିମା । ୦ ।

ମନ୍ଦିର ଭିତରେ ରତ୍ନବେଦୀ କାନ୍ଦେ ସରିଗଲା ବୋଲି ଖେଳ
ସ୍ନାହାନ ମଣ୍ଡପ ଡ଼ାକେ ଜଗନ୍ନାଥ ହେଲାଣି ଗାଧୁଆ ବେଳ
ଅନେକ ଭକତ ଦୁଃଖ ଅପ୍ରମିତ ପାତକ ନାଶନ ଆଶା
ଦର୍ଶନ ଉତ୍ତାରୁ ତରିବେ ସଂସାରୁ ଶ୍ରୀଜୀଉ ଏକା ଭରସା
ହେ ମଣିମା, ଦିଅପ୍ରଭୁ ସର୍ବକ୍ଷମା
ଆଜି ପରା ଦେବସ୍ନାନ ପୂଣ୍ଣିମା ।୧ ।

ସ୍ୱର୍ଗପୁର ଛାଡ଼ି ସର୍ବ ଦେବାଦେବୀ ସ୍ନାନବେଦୀ ଚାରିପଟେ
ପୁଷ୍ପାଞ୍ଜଳି ପାଇଁ ରହିଛନ୍ତି ଚାହିଁ ଦର୍ଶନ ସୁଖ ନିକଟେ
ଲୀଳାମୟ ପ୍ରଭୁ ଲୀଳା କି ବୁଝିବୁ ଛାର ମଣିଷ ମାତର
ହୋଇ ରାଜଯୋଗୀ ଜ୍ୱରରୋଗ ଭୋଗି ଚାଲିଯାଅ ଅଣସର
ହେ ମଣିମା, ନିଏ ରାଜବୈଦ ଜିମା
ଆଜି ପରା ଦେବସ୍ନାନ ପୂଣ୍ଣିମା ।୨ ।

ହୀନଜନ ପରି ଜଗନ୍ନାଥ ହରି ତୁମ୍ଭ ଆଚାର ବିଚାର
ଛାଡ଼ି ବଡ଼ପଣ ଏତେ ସାଧାରଣ ରିତିନୀତି ବ୍ୟବହାର
ହାତୀବେଶ ନବ ଯଉବନ କାନ୍ତି ଭଗତେ ଭରେ ସନ୍ତୋଷ
ଚଢି ନନ୍ଦିଘୋଷ ନାଶୁଛ କଳୁଷ ଜଗତେ ଢାଳି ଆଶିଷ
ହେ ମଣିମା, ଅବୋଧ୍ୟ ତୁମ୍ଭ ମହିମା
ଆଜି ପରା ଦେବସ୍ନାନ ପୂଣ୍ଣିମା ।୩ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top