କବିତା

ଦିବ୍ୟ ପାଦ

Minati Pradhan's odia poem Dibya Paada

ପାରୁଛୁ ତୋ ସାଜ “ସ୍ଵୟଂ-ସିଦ୍ଧା”
ରଖ ତୋର ଦିବ୍ୟ ପାଦ ସବୁରି ଉର୍ଦ୍ଧରେ

ଦିବ୍ୟ ପାଦ

ରଖନା ଏ ଦିବ୍ୟ ପାଦକୁ ତୋର
ଏଇ ଧରାପୃଷ୍ଠରେ
ବହିଯିବୁ ରକ୍ତ ବା କେବଳ ମାଂସ ପିଣ୍ଡୁଳାଏ ହୋଇ
ପାଲଟି ଯିବୁ, ଶ୍ଵାନ ଶ୍ରୁଗାଳଙ୍କ ଭକ୍ଷ୍ୟ !

ଘରେ ବାହାରେ, ରାସ୍ତାରେ, ସମାଜରେ
କେତେ ଲଢିବୁ, କାହା ସଙ୍ଗେ ?
ତୋର ସମାନତା, ତୋର ଉନ୍ନତି
ହୋଇ ରହିଯିବ, କେବଳ ରାଜନୀତି ।

ହେଲେ ହୋଇପାରୁ କାହାର ମା’, କାହାର ଘରଣୀ,
ରେଡ ଲାଇଟ ଶୋଷିତା କିମ୍ବା କେଉଁ ରାଜ୍ୟର ରାଣୀ
ମୂହୁର୍ତ୍ତ ଟେ ଛାଡି ବେନି, ଛିନ୍‌ଭିନ୍‌ କରିବାକୁ ତୋ ଆତ୍ମା
ଆଜି ପୂଜିବେ, କାଲି ଲୁଟିବେ, ହଜାଇ ଦେବେ ତୋ ସତ୍ତା !

ପାରୁଛୁ ତୋ ସାଜ “ସ୍ଵୟଂ-ସିଦ୍ଧା”
ରଖ ତୋର ଦିବ୍ୟ ପାଦ ସବୁରି ଉର୍ଦ୍ଧରେ
ଜାଳି ଦେ ଦୁନିଆର ଅବିଚାର ତୋ ଆଖିର ଲାଲିରେ
ବନି ଯା ବାମନ, ଚାପି ଦେ ତୋ ଦିବ୍ୟ ପାଦ ଅନ୍ୟାୟ ମସ୍ତକରେ !

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top