କବିତା

ଶୀତର ଗଜଲ

Manjurani Mishra's Odia Poem SHEETARA GAJAL

ଶୀତ
ଝରକା ଫାଙ୍କରେ ଜହ୍ନର ପରିହାସ
ପ୍ରେମ ପ୍ରଣୟର ନିରୋଳା ବିଶ୍ୱାସ
ଏକୁଟିଆ ପକ୍ଷୀର ସଙ୍ଗୀତ
ରାତ୍ରୀର ବଳକା ଆୟୁଷ

ଶୀତର ଗଜଲ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶୀତ
କାମନାର ଅଙ୍ଗରାଗ
ଖୋଲା ଖୋଲି ପରିଚୟ ପର୍ବ
ସ୍ୱପ୍ନର ବିଳାସ ପୃଥିବୀ
ଆଉ କିଛି ଅନ୍ତରଙ୍ଗ
ମୁକ୍ତ ଅନୁଭବ

ଶୀତ
ଝରକା ଫାଙ୍କରେ ଜହ୍ନର ପରିହାସ
ପ୍ରେମ ପ୍ରଣୟର ନିରୋଳା ବିଶ୍ୱାସ
ଏକୁଟିଆ ପକ୍ଷୀର ସଙ୍ଗୀତ
ରାତ୍ରୀର ବଳକା ଆୟୁଷ

ଶୀତ
ଭୁଲି ପାରୁଥିବା ସଂଳାପର ଗପ
ପରିଚିତ ପ୍ରଶ୍ନମାନଙ୍କ ଆଳାପ
ମଦହୋସ୍ ସ୍ମୃତିର ସବୁଜ କ୍ଷେତ
ପବନର ନିଃଶବ୍ଦ ପ୍ରଳାପ

ଶୀତ
ଫୁଲ ସବାରୀରେ କାହାର ଏ ବଧୂବେଶ
ଖିଆଲି ମନର ଶୋଷ
କଳ୍ପନାର ରାଣୀ ହଂସପୁର
ଅବିଭକ୍ତ ମନର ଉଆସ
କ୍ଳାନ୍ତିର ମେଖଳା ପିନ୍ଧେ
ଶୀତର ସୁଦୀର୍ଘ ରାତ୍ରୀ
ବହ୍ନିର ବଳୟରେ ଫେଣ୍ଟିହୁଏ
ଆଉ କିଛି
ବିଶ୍ୱାସର ତାତି
ଆଦିମ ତୃଷ୍ଣାର ମୋହ ଛନ୍ଦିହୁଏ
ସୃଷ୍ଟିର ରହସ୍ୟ ଜାଲରେ
ଅପୂର୍ଣ୍ଣ ତାପସୀ ଲତା
ତୃପ୍ତିର ଫଳକ ଖୋଜେ
ହଜି ଯାଇଥିବା ସୂର୍ଯ୍ୟର
ପୃଥିବୀ ଭିତରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top