ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମୁଁ କେବେ କଲମ ଛୁଇଁଲେ
ତମ ମୁହଁ ଆପେ ଫୁଟିଆସେ
ବିନ୍ଦୁଟିଏ ଲଗାଇଲେ
କାଗଜ ଉପରେ
ତମ ଓଠ ଛୁଆଁ ପରି ଦିଶେ
ଶବ୍ଦଟିଏ ଲେଖି ଦେଲେ
ମନେ ହୁଏ ପ୍ରୀତି ସମ୍ଭାଷଣ,
ଶବ୍ଦ ସହ ଶବ୍ଦ ଯୋଡ଼ି ଦେଲେ
ଲାଗେ ତୁମ ଓଠର ସ୍ପନ୍ଦନ
ତମେଇ ତ ଶବ୍ଦର କୋଣାର୍କ
ମୋ ଚେତନାର କବିତାର
ଭଲ ପାଇବାର
ଅଜନ୍ତା, ଏଲୋରା ପୁଣି
ଖିଆଲି ମନର
ତମେଇ ତ ଖୁସିର ଆଧାର
ମୋ ଅନ୍ତଃକରଣର
ମହାପୂଣ୍ୟ ଗଙ୍ଗାଧାର ସମସ୍ତ ସତ୍ତାର
ଆର ଜନ୍ମ ଜନ୍ମାନ୍ତର ! !
