କବିତା

ହରିହର ନିରୁଦ୍ଦିଷ୍ଟ

Abhisek Mohapatra's odia poem Harihara Niruddishta

କେଜାଣି କେଉଁଠି ହରିହର ?

ହରିହର ନିରୁଦ୍ଦିଷ୍ଟ

ଆଜିକାଲି କେଉଁଠି କେଜାଣି ରୁହନ୍ତି ହରିହର !
କଟକର ବକ୍ସିବଜାରରେ କି
ରେଭେନ୍ସାର ଛାତ୍ରାବାସରେ ;
କିଛି ବି ଖବର ନଥାଏ ତାଙ୍କର !

କେଉଁଠି କେଜାଣି ଆତ୍ମଗୋପିତ ହରିହର ?

ମନ୍ଦିରରେ ଘଣ୍ଟ ପିଟି ଅହ୍ଲିଆ ପଡ଼ିଲେ
କି ସମାଧିସ୍ଥ ହେଇ ଧ୍ୟାନ କଲେ
କି ହ୍ୱାଟସଆପରେ ମେସେଜ ଦେଲେ
କିଛି ଫରକ ପଡେନି ତାଙ୍କର ,

କେଜାଣି କେଉଁଠି ହରିହର ?

ତାଙ୍କ ସାତ ପୁରୁଷର ମଥାନ ଉପରେ
ସେମିତି କ’ଣ ଗୋଟେ ଚିରା ପଣତଟେ ଉଡୁଛି ,
ସେମିତି ଗୋପୀ ମାଉସୀ ଦିଅଁ ପୁଜୁଛି
ଦଗାଦିଆ ଅପେକ୍ଷାରେ !

ହରିହର କିନ୍ତୁ ସବୁ ଦିଅଁ, ମାନସିକ
ସମ୍ବାଦପତ୍ରର ନିରୁଦ୍ଦିଷ୍ଟ ପୃଷ୍ଠା କି
ଫେସବୁକର ମିସିଙ୍ଗ ପୋଷ୍ଟରେ
ନୁହେଁ ଅତିଷ୍ଟ ,

ଗାଁ ଟୋକାଙ୍କ ଖଟିରେ କିନ୍ତୁ ହରିହର ନିଖୋଜ !
ନିଖୋଜ ଗାଁ ମଠ ଚାନ୍ଦିନୀ ଉପରେ ,

ଏବେ କିନ୍ତୁ ହରିହର ଏତେଏତେ କଥା ପରେ
ଲାଗେ ଗୋଟେ ଗୁଜବ ପ୍ରଚାର !!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top