ଏ ଇତିହାସ ତୁ ତୋ ନିଜକୁ ପୁଣି ଥରେ ଉଠେଇ ଦେ
ମଣିଷ ରୂପି ରାକ୍ଷସର ହୃଦୟରେ
ମାନବିକତାର ବୀଜ ତୁ ବୁଣିଦେ
ହିଂସା, ମୋହ, ମାୟା, କାମ, କ୍ରୋଧକୁ
ଜାଳି ପୋଡି ପାଉଁଶତୁ କରିଦେ
ଏ ଇତିହାସ ତୁ ତୋ ନିଜକୁ ପୁଣି ଥରେ ଉଠେଇ ଦେ
ମଣିଷ ଠାରୁ ସଂପର୍କ କାଟି ତ ସାରିଥିଲୁ
ପଶୁ ମାନକୁ ବଦନାମ କରିବା ଛାଡି ଦେ
ପାପର ଟୋକେଇ ଭରି ଟଳ ମଳ ହୁଏ
ବଂଚି ଥାଉ ଥାଉ ଅନ୍ତିମ ସଂସ୍କାର ତୋ କରିଦେ
ଏ ଇତିହାସ ତୁ ତୋ ନିଜକୁ ପୁଣି ଥରେ ଉଠେଇ ଦେ
ଅନ୍ୟ କାହା ପାଇଁ ନୁହେଁ, ଥରେ ନିଜ ମା ପାଇଁ ଚିନ୍ତା କର
ତାର ନଅ ମାସର ତପସ୍ୟାକୁ ଥରେ ଦିଗତୁ ଦେଇଦେ
ଚାଲିଜା, ଏ ମଣିଷ ଜାତିକୁ ଲଜ୍ଜ୍ୟା କରିବା ତୁ ଛାଡ଼ିଦେ
ଏ ଇତିହାସ ତୁ ତୋ ନିଜକୁ ପୁଣି ଥରେ ଉଠେଇ ଦେ