କ୍ଷଣିକ ପୂର୍ବରୁ କୋଳାହଳ ପରିବେଶରେ
ସହସ୍ର ଯାତ୍ରୀଙ୍କ ମନେ ଥିଲା ଅହେତୁକ ଆକାଂକ୍ଷା,
ରାସ୍ତା କଡର ମନୋରମ ଦୃଶ୍ୟକୁ ଉପୋଭୋଗ କରି
ଗନ୍ତବ୍ୟ ସ୍ଥଳକୁ କରିଥିଲେ ଅପେକ୍ଷା ।
କିଏ କରୁଥିଲା ଏକ ନୂଆ ଭବିଷ୍ୟତର ପରିକଳ୍ପନା
ତ କିଏ ସୁଖ ସନ୍ତୋଷର ଭାବନା,
କାହାମନେ ଥିଲା ଆତ୍ମୀୟଙ୍କୁ ପାଇବାର ଉତ୍କଣ୍ଠା
ତ କାହାର ପରିବାର ବିଚ୍ଛେଦ ବେଦନା ।
ସୂର୍ଯ୍ୟ ଟା ପଶ୍ଚିମ ଦିଗଲେ ଲୀନ ହେଲାପରେ
ମନ୍ଥର ଗତିରେ ଧରାକୁ ଗ୍ରାସୁଥାଏ କଳା ଅନ୍ଧାର ।
ରାସ୍ତା କଡର ମନୋରମ ଦୃଶ୍ୟ ସବୁଜିମା ପରିବେଶ
ଧୀରେ ଧୀରେ ଆଖିକୁ ହେଲା ଅଗୋଚର ।
ସହସା ବଜ୍ରାଘାତ ପ୍ରାୟ ବିକଟାଳ ଗର୍ଜନ କରି
ମାଡ଼ି ଆସିଲା ଅଦୃଶ୍ୟ ରକ୍ତ ପିପାସୁ ରାକ୍ଷସ ।
ଆଖି ପିଛୁଳାକେ ଶୋଷି ଦେଇଗଲା ଶତାଧିକ
ଯାତ୍ରୀଙ୍କ ରକ୍ତ ଦଳିଦେଲା ଭାବି ଶୁଖିଲା ଘାସ ।
ତକ୍ଷଣେ ସୁଖ ସାଗରରେ ପଡ଼ିଗଲା ଭଟ୍ଟା
ବାତ୍ୟା ପରର ଦୃଶ୍ୟ ପରି ସ୍ତିର ହୋଇଗଲା ପବନ ।
କୋଳାହଳମୟ ପରିବେଶଟି କ୍ଷଣକେ ପାଲୋଟିଗଲା
ଶ୍ମଶାନ, ଚତୁପାର୍ଶ୍ୟୁ ସୁଭୁଥାଏ ବିକଳ କ୍ରନ୍ଦନ ।
କାହା ଦେହରେ ନାହିଁ ବସନ ତ କାହା ମୁହଁରେ
ନାହିଁ ବଚନ, ଆଉ କାହା ପିଣ୍ଡରେ ନଥାଏ ପ୍ରାଣ ।
କିଏ ଖୋଜୁଥାଏ ଆତ୍ମୀୟ ସ୍ୱଜନ ତ କିଏ
ଚୀର ନିଦ୍ରାରେ ଧରଣୀ ବକ୍ଷରେ କରିଅଛି ଶୟନ ।
ଗାଁ ଗାଁରେ, ଘରେ ଘରେ ଆଜି ବିଷାଦର ଛାୟା
ଆକୁଳ କ୍ରନ୍ଦନରେ ଫାଟି ପଡୁଅଛି ଘର ଅଗଣା,
କୁଡ଼ କୁଡ ଶବ ପଡ଼ିରହିଛି ହୋଇ ଅଜଣା, ଅଚିହ୍ନା,
ପରିବାର ଖୋଜିବୁଲେ ଏଠି ଶବର ଠିକଣା ।
କରାଳ କଳେବର ଧାରି କପଟୀ ରାକ୍ଷସ ସତେ ଅବା
ଥିଲା କାହିଁ କେତେ ଯୁଗରୁ ସେ ଉପବାସ ।
କାଳରାତ୍ରିରେ ରଚିଦେଇଗଲା ଏହିପରି ଦାରୁଣ
ଇତିହାସ ଯେ ତାହା ବଖାଣିବାକୁ ସ୍ପୁହାରେ ସାହାସ ।