କବିତା

ମୋ ଜନ୍ମଭୂମି

Kanishtha Kishore Sahu's odia poem Mo Janmabhoomi

ଗୀତା ଭାଗବତ ବେଦାନ୍ତ ପୂରାଣ
ଆୟୁର୍ବେଦ ଏଠୁ ଜାତ,
ଏହିଠାରେ ଜନ୍ମ ମଧୁସୂଦନ, ସୁବାଷ
ଚାଣକ୍ୟ ବ୍ୟାସ ସୁଶ୍ରୁତ ।

ମୋ ଜନ୍ମଭୂମି

ଷଠି ଘରୁ ଦାଣ୍ଡ ସେଠୁ ଗାଆଁ ରାଜ୍ୟ
ପୁଣି ସେହିଠାରୁ ଦେଶ,
ମାତୃଭୂମି ରୂପେ କଳେବର ବଢ଼ି
ହୋଇଯାଏ ପରକାଶ ।

ଉତ୍ତରରେ ଗଙ୍ଗା ଯମୁନା ବହୁଛି
ଦକ୍ଷିଣେ କୃଷ୍ଣା କାବେରୀ,
ପୂରୁବେ ବଙ୍ଗୋପ ପଶ୍ଚିମେ ଆରବ
ଶେଷକୁ କନ୍ୟାକୁମାରୀ ।

ନାନା ଗୋତ୍ର ଜାତି ନାନା ଧର୍ମ ପନ୍ଥ
ନାନା ଆଦି ବନବାସୀ ,
କିଏ ଏଠି ହିନ୍ଦୀ କିଏ ବା ସିନ୍ଧି
କିଏ ପୁଣି ପଞ୍ଜାବୀ ପାର୍ସୀ ।

ଗୀତା ଭାଗବତ ବେଦାନ୍ତ ପୂରାଣ
ଆୟୁର୍ବେଦ ଏଠୁ ଜାତ,
ଏହିଠାରେ ଜନ୍ମ ମଧୁସୂଦନ, ସୁବାଷ
ଚାଣକ୍ୟ ବ୍ୟାସ ସୁଶ୍ରୁତ ।

ଏ ଦେଶ ଐହେ ସଂସ୍କୃତି ସଭ୍ୟତା
ପୂରାତନ ମହୀୟାନ,
ଏ ଭଳି ଦେଶରେ ଯିଏ ଜନମିଛି
ସାର୍ଥକ ତା’ର ଜୀବନ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top