ଦେଖି ପାରୁନକି ମୁଁ ତୁମକୁ ପ୍ରେମ କରୁଛି
ଭାଙ୍ଗିଦିଅନି ହୃଦୟକୁ ଦୁଇଖଣ୍ଡ କରି
ଏହା କରିବାଟା କଷ୍ଟ ନୁହେଁ କିଛି
କାରଣ ହୃଦୟଟା କାଠରତ ନୁହେଁ ମୋର ।
ଯଦି ତୁମେ ବିଦାୟ ତ କୁହ
ଜାଣେ ମୁଁ, ଆଖିରୁ ମୋ ଲୁହ ଝରିଯିବ
ହୁଏତ ମରି ଯାଇପାରେ
କାରଣ ମୋର ହୃଦୟଟା କାଠର ତ ନୁହେଁ
ମୋ ପ୍ରେମରେ କେଉଁ ଆଉ ତାର ନାହିଁ
ପ୍ରଥମରୁ ତୁମେ ଏକମାତ୍ର ।
ପ୍ରେମ କର ମୋତେ, ଭଲ ପାଅ ମୋତେ
ନିଜ ଭଳି ବହୁତ ଭଲ ପାଅ ମୋତେ
କାରଣ ମୁଁ କାଠର ଗଢ଼ା ତ ନୁହେଁ
ହୃଦୟଟା କାଠର ତ ନୁହେଁ ମୋର ।
