କବିତା

କ’ଣ ଏ ସମୟ ବଦଳିବନି ?

Usharanani Nayak's odia poem Kana E Samaya Badalibani

ମନ ର ସେ ଜିଜ୍ଞାସା,
ଉଙ୍କି ମାରିଥିବା ପ୍ରଶ୍ନ,
କ’ଣ ନିରୁତ୍ତର ହୋଇ ରହିଯିବ?

ଏ ସମୟ କ’ଣ ବଦଳିବନି ?

ପାସୋରି ଯାଇଥିବା ସ୍ବପ୍ନ,
ହଜିଯାଇଥିବା ଆକାଂକ୍ଷା
କ’ଣ ଆଉ ଫେରି ଆସିବନି ?

ଏ ସମୟ କ’ଣ କେବେ ବଦଳିବନି ?

ଝାଡୁଯାଇଥିବା ଫୁଲ ଆଉ
ଶୁଖିଯାଇଥିବା ପତ୍ର ପରି
କ’ଣ ତାର ଅସ୍ଥିତ୍ୱ ସେହିପରି ରହିଯିବ ?

ଏ ସମୟ କଣ ବଦଳିବନି ?

ମନରେ ନୂଆ ଲକ୍ଷ୍ୟ,
ଜୀବନରେ ନୂଆ ଆଶା,
ଜାଗ୍ରତ ହେବ କଣ ବିଡମ୍ବନା ମାତ୍ର ?

ଏ ସମୟ କ’ଣ ବଦଳିବନି ?

ମନ ର ସେ ଜିଜ୍ଞାସା,
ଉଙ୍କି ମାରିଥିବା ପ୍ରଶ୍ନ,
କ’ଣ ନିରୁତ୍ତର ହୋଇ ରହିଯିବ?

ଏ ସମୟ କ’ଣ ବଦଳିବନି?

ହଜିଯାଇଥିବା ସ୍ମୃତି,
ଅଛିଣ୍ଡା ସେ ସମ୍ପର୍କ,
କ’ଣ ଅଦୃଶ୍ୟ ଲହଡି ପରିଟିକେ ମାଡିଆସନ୍ତାନି?

ଏ ସମୟ କ’ଣ ବଦଳିବନି ?

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top