କବିତା

କ’ଣ ଲାଗେ ମୁଁ ତମର

Anchal Kabi's odia poem Kana Laage Mun Tamara

ନିଶବ୍ଦ ସ୍ଥାନ ଆଉ
ମୋ ହୃଦୟ ସ୍ପନ୍ଦନ
କେତେ କଣ କହି ଯାଏ
ଏଇ ଚୁପି
ଏ ତମ ସ୍ୱର ନା ଅଜଣା ପ୍ରତିଧ୍ଵନି ,

କ'ଣ ଲାଗେ ମୁଁ ତମର

ନିର୍ଜନ ରାସ୍ତା ର
ନିଛାଟିଆ ମୋଡ
ମୁଁ ଆଉ ମୋ ସାଥେ ତମ ସ୍ମୃତି
କାଇଁ
କଥା ଦେଇ ତମେ ତ ଆସିଲନି,

ନିଶବ୍ଦ ସ୍ଥାନ ଆଉ
ମୋ ହୃଦୟ ସ୍ପନ୍ଦନ
କେତେ କଣ କହି ଯାଏ
ଏଇ ଚୁପି
ଏ ତମ ସ୍ୱର ନା ଅଜଣା ପ୍ରତିଧ୍ଵନି ,

ନିର୍ଭୁଲ ଭାବେ
ଥରୁଟିଏ କହିଦିଅ
କଣ ଲାଗେ ମୁଁ ତମର ?
ଆଉ କେମିତି ବୁଝାଇବି
ଏଇ ମନ ବି ତ ଅଭିମାନୀ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top