କବିତା

ମା’ ଆସିବେ

ଶୁନ୍‌ଶାନ୍ ମଠ-ମନ୍ଦିର
ନବଯୌବନ ନିଆଁରେ ଜଳୁଛି
ପାଖଣ୍ଡୀ ମଠାଧୀଶ. . .
ମା’ ଆସିବେ ବୋଲି-

ମା' ଆସିବେ

ମା’ ଆସିବେ ବୋଲି-
କାଲି ଆମ ଗାଁକୁ ଗଣେଷ ଆସିଥିଲେ ।
ଓଃ-କି ପଟୁଆର ! ଚାନ୍ଦା-ଭେଦା
ଗୀତନାଚ- ବାଣ ଅବିରରେ
ଫାଟି ପଡୁଥିଲା ଦାଣ୍ଡ. . .
ମା’ ଆସିବେ ବୋଲି-
ଆମର ଇଚ୍ଛା ନ ଥିଲେ ବି
ତରତର ହୋଇ ଗଣେଷ ଚାଲିଗଲେ. . .
ଏଥର ମା’ ଆସିବେ ବୋଲି
ସବୁ ନିଆରା ନିଆରା ଲାଗୁଛି
ମାଟି, ପାଣି, ପବନ, ଆକାଶ ଓ ନିଆଁ
ସବୁଠି ନୂଆ- ନୂଆ- ନୂଆ. . .
ଏଥର ମା’ ଆସିବେ ବୋଲି-
ମହାଦାରୁରେ ପୁରି ରହିଛି ଶ୍ରୀମନ୍ଦିର
କାଶତଣ୍ଡୀରେ ଭରପୁର ନଈପଠା
ଝିପିଝିପି ବର୍ଷା- ପଚ ପଚ କାଦ
ନିଛାଟିଆ ରାସ୍ତାଘାଟ

ଶୁନ୍‌ଶାନ୍ ମଠ-ମନ୍ଦିର
ନବଯୌବନ ନିଆଁରେ ଜଳୁଛି
ପାଖଣ୍ଡୀ ମଠାଧୀଶ. . .
ମା’ ଆସିବେ ବୋଲି-
ସବୁ ଛକରେ ଦୁର୍ଘଟଣା
କଲେଜ ଛାତ୍ରର ମୃତ୍ୟୁ
ଚୋରି-ରାହାଜାନି
କେତେ ସମ୍ଭ୍ରାନ୍ତ ସହରରେ
ଗୁଳି-ବାରୁଦର ସାହାନାଇ. . .
ମା’ ଆସିବେ ବୋଲି-
ଡାଲି ନାହିଁ – ତେଲ ନାହିଁ
ଆଳୁ ନାହିଁ – ପିଆଜ ନାହିଁ
ବିଜୁଳି ନାହିଁ କି ବର୍ଷା ନାହିଁ
ନାହିଁ ନାହିଁରେ ଚାଲିଛି ଏ ସଂସାର
ମା’ ଆସିବେ ବୋଲି-
ନିଶ୍ଚିତ ହଁ ଟିକୁ ଅନେଇ ବସିଛି
କେଉଁ କାଳୁ, ଏ ନିରୀହ ସନ୍ତାନ ! ! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top