ତୋର କଥାରେ କଥାରେକହଭଲା ଏତେ
ରଖିଛୁ କାହିଁକି ମହୁ
ତୋର ଆଖିରେ ଆଖିରେକହ କିଂପା ଫୁଟେ
ଅଲିଭା କାମନା ଦାଉ ।
ମହୁର ଲୋଭରେଉଡି ମୁଁ ଚୁମ୍ୱିଲି
ତୋ ଅଧର କୁସୁମ ଯେବେ
ମଧୁର ଦଂଶନପାଇବାକୁ ତୋ’ର
ଆଶା ମୁଁ ରଖିଲି ସେବେ ।
କେତେ ମୁଁ ପାଇଛିକେତେ ମୁଁ ହାରିଛି
ଜାଣିଛୁ ତୁ ଏକା
କହିବିନି ଜମା ଆଉତୋର କଥାରେ କଥାରେ
କହଭଲା ଏତେ ରଖିଛୁ କାହିଁକି ମହୁ ।
ତୋ ନୀଳ ଆଖିରଚପଳ ମାୟାରେ
ସପନ ଦେଖିଲି କେତେ
କହ ତୁ କାହିଁକିନିରାଶ କରିଲୁ
ମୋ ସପନ ଭାଙ୍ଗିଲୁ ସତେ ।
ତୋର ସେଇନିରୁପମା ରୂପ
ସପନରେ ନିତି ଥାଉ
ତୋର କଥାରେ କଥାରେକହଭଲା ଏତେ
ରଖିଛୁ କାହିଁକି ମହୁ ।