ମୋ ଜୀବନ ପୁସ୍ତକରେ ତୁ ଶ୍ରେଷ୍ଠ କାହାଣୀ,
କୋଟି କରେ ଗୋଟିଏ ତୁ ମୋ ସୁନା ଭଉଣୀ ।
ତୁ ରୁଷିଲେ ରୁଷିଯାଏ ସରଗର ଚାନ୍ଦ,
ତୋ’ ହସରୁ ଝରିପଡ଼େ ମହ୍ଲାର ସାନନ୍ଦ ।
ଚଲା ପଥେ ଝୁଣ୍ଟିଗଲେ ଧରିନେବି ହାତ,
ନିଜେ କଣ୍ଟା ଘାତ ସହି ଦେବି ଫୁଲ ହାଟ ।
ତୋଳି ପାରିବିନି ଧନ ସରଗରୁ ଶଶୀ,
ତୋଳି ପାରିବି ତୋ’ ଓଠେ ଖୁସି ବାରମାସି ।
ହାତୀ- ଛତି ହୀରା-ମୋତି ପାଶେ ସିନା ନାହିଁ,
ସାଇତିଛି ସ୍ନେହ ସିନ୍ଧୁ ଛାତିରେ ତୋ’ ପାଇଁ ।
ତତେ ନ ଦେଖିଲେ ଦିନେ ଲାଗେ ସବୁ ଶୂନ୍ୟ,
ଜୀବନରେ ତତେ ପାଇ ଏ ଭାଇ ଜନ୍ମ ଧନ୍ୟ ।
