ମୋ’ କବିତାରେ ମା’
ମୋ’ କବିତାରେ ସ୍ତ୍ରୀ- ପିଲା
ମୋ’ କବିତାରେ ବିହ୍ୱଳ ବସନ୍ତର
ଖରା ଓ ପାଣିର ସମୀକରଣ
ସବୁ ରହିଗଲେ ସେଇଠି
ଆଉ ମୁଁ ଚାଲି ଆସିଲି
ଏସବୁର ସ୍ମୃତି ରହିଗଲା
ସେଇ ମୋ ଘରେ
ଯାଅ ଯେଉଁ ଯାତ୍ରାରେ
ଦି’ଦିନର ବିଶ୍ରାମ ମିଳିବ
ବୋଧହୁଏ ମା’ଭେଟ ହେବ
ଅଥବା ମା’ର ସ୍ମୃତିରେ
ଖରାରେ ହସୁଥିବା ଫୁଲ
ମୋ ଘରେ ରହିଯିବ ।
ମୋ’ ଘର


ଯାଅ ଯେଉଁ ଯାତ୍ରାରେ
ଦି’ଦିନର ବିଶ୍ରାମ ମିଳିବ
ବୋଧହୁଏ ମା’ଭେଟ ହେବ
ଅଥବା ମା’ର ସ୍ମୃତିରେ