କବିତା

ମୁଁ ତୁମକୁ ପିନ୍ଧିଛି

Dr Nilamadhab Kar's odia poem Mun Tumaku Pindhichhi

ମୋର ସବୁ ଆବରଣ
ପରସ୍ତ ପରସ୍ତ ରଙ୍ଗ
ହଜିଗଲା ସେଠି
ତମ ଭରସାର ଆଶ୍ୱସ୍ତିରେ

ମୁଁ ତୁମକୁ ପିନ୍ଧିଛି

ତମେ ମୋତେ ଚିହ୍ନିଲ କେମିତି
ମୋ ଅଜ୍ଞାତ ବାସରେ
*
ଏତେ ଦମ୍ଭରେ, ବିଶ୍ଵାସରେ
ତମେ ଯେ ଡାକିଲ ମୋତେ
ପାଖକୁ, ହାତଠାରି
ଆଲିଙ୍ଗିଲ, ବିନା ଦ୍ଵିଧାରେ, ନିଃସଙ୍କୋଚରେ
*
ମୋର ସବୁ ଆବରଣ
ପରସ୍ତ ପରସ୍ତ ରଙ୍ଗ
ହଜିଗଲା ସେଠି
ତମ ଭରସାର ଆଶ୍ୱସ୍ତିରେ

ଉଲଗ୍ନ ମୋ ମନ
ପୃଥିବୀ, ଆକାଶ
ତମେ ଆଗେ ସବୁ ସ୍ଵଚ୍ଛ
ମୋ ଭିତର ବାହାର,
ସେଠି ଆଉ ଲୁଚିବାର ଇଚ୍ଛା ନାହିଁ
ମୁଖା ନାହିଁ,
ଲାଜ ନାହିଁ
ଅଶେଷ ପ୍ରଶାନ୍ତି ଏବେ
ଯେମିତି ମୁଁ ତୁମକୁ ପିନ୍ଧିଛି
*
ଚମତକାରିତାର ଏ ବିଭୋର ବେଳାରେ
ମୋ ବିସ୍ମୟ
ତମେ ମୋତେ ଚିହ୍ନିଲ କେମିତି
ମୋ ଅଜ୍ଞାତ ବାସରେ
ତମେ କଣ ସ୍ୱପ୍ନରେ ଦେଖିଥିଲ ମୋତେ,
ମୁଁ ସଜେଇଥିବା ସ୍ୱପ୍ନରେ !
*
ସ୍ୱପ୍ନ କଣ ସତ ହୁଏ !
ଏତେ ସତ ହୁଏ !!
ସତରେ !!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top