ନାହିଁ ମୋର ବାସ ନାଁ ପଳାଶ
ଲୋକେ ମୋତେ ଚାହିଁ ଜମାନ୍ତି ହସ ।
ଉପରେ ଉପରେ ରୂପକୁ ଦେଖି
ଗୁଣ ନାହିଁ କହି ଫେରାନ୍ତି ଆଖି ।
ଜାଣି ନ ଜାଣିଲା ପରି ହୁଅନ୍ତି
ଚୈତ୍ର ଦେବୀ ପୂଜା ପାଇଁ ଖୋଜନ୍ତି ।
ପୁଣି ମୋ ଠି ଅଛି ଔଷଧ ଗୁଣ
ଜାଣ ନାହିଁ ଯଦି ବିଜ୍ଞଠୁ ଶୁଣ ।
ହୋମରେ ଲାଗେ ମୁଁ ପିପ୍ପଳି ପରି
ଈଶ୍ବରଙ୍କ ହସ୍ତେ ମୁଁ ବି ତିଆରି ।
ଅନୁରୋଧ କରେ ହେ ସର୍ବଜନ
ଭାବିବନି କେବେ କାହାକୁ ହୀନ ।
