କବିତା

ପ୍ରକୃତି, ମଣିଷ ଓ ଧରିତ୍ରୀ

Odia Writer Anupam Behera

ତା’ରି ନିର୍ଦ୍ଦେଶରେ ତୀବ୍ର ହେଲା ସୂର୍ଯ୍ୟଙ୍କ କିରଣ
ଛଟପଟ ହେଲା ମଣିଷ ଅସହ୍ୟ ଗରମରେ
ମାଡ଼ିଆସିଲା ସାଗର ବିରାଟ ଗର୍ଜନ କରି

ପ୍ରକୃତି, ମଣିଷ ଓ ଧରିତ୍ରୀ

ଧିରେ ଧିରେ ଅସହ୍ୟ ଲାଗୁଥିଲା ପ୍ରକୃତିକୁ ।

ଅଣନିଃଶ୍ୱାସୀ ଲାଗୁଥିଲା ତାକୁ କଂକ୍ରିଟ୍ ପୃଥିବୀଟା
ନିଷ୍ଠୁର ମଣିଷମାନେ ତାକୁ ପ୍ରତିଟି ମୁହୂର୍ତ୍ତରେ ଦେଇ ଚାଲିଥିଲେ ଯନ୍ତ୍ରଣା
ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ ନଷ୍ଟ କରି
ମଣିଷ ନଗ୍ନ କରିଚାଲିଥିଲା ସୁନ୍ଦର ପ୍ରକୃତିକୁ
ସର୍ବସଂହା ଧରିତ୍ରୀକୁ ବି ମଣିଷର ଏତାଦୃଶ କାର୍ଯ୍ୟକଳାପ କରିଥିଲା ବ୍ୟଥିତ
ରୋକିବାକୁ ପ୍ରୟାସ କଲା ସେ. . .
ତା’ରି ନିର୍ଦ୍ଦେଶରେ ତୀବ୍ର ହେଲା ସୂର୍ଯ୍ୟଙ୍କ କିରଣ
ଛଟପଟ ହେଲା ମଣିଷ ଅସହ୍ୟ ଗରମରେ
ମାଡ଼ିଆସିଲା ସାଗର ବିରାଟ ଗର୍ଜନ କରି
ଧୋଇ ନେଲା ଆଖପାଖ ଇଲାକା
କେଉଁଠି ବର୍ଷା ଅଭାବରୁ ମରୁଡ଼ି ପଡ଼ିଲା
ତ ଆଉ କେଉଁଠି ବନ୍ୟା ହେଲା ପ୍ରବଳ ବର୍ଷାରେ
ତଥାପି ସୁଧୁରିଲାନି ମଣିଷ
ଧରିତ୍ରୀ ରୋଦନ କରୁଥିଲା ନିଜ ସନ୍ତାନର ଏପରି ମୂର୍ଖାମୀ ଦେଖି
ପ୍ରକୃତି ଅପେକ୍ଷା କରିଥିଲା ଏକ ନୂତନ ସୁନେଲୀ ସକାଳକୁ
ମଣିଷମାନେ ଦ୍ରୁତଗତିରେ ଆଗେଇ ଚାଲିଥିଲେ ସେଇ କଳା ଅମାବାସ୍ୟା ରାତିଆଡ଼କୁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top