ଜାଣେନା ମୁଁ କେମିତି ତୁମେ
ଆସିଥିଲ ମୋ ଜୀବନେ
କ୍ଷଣକରେ ମୋର ମନ ମୋହିନେଇଥିଲ
ପ୍ରୀତି ଗୋ ତୁମେ … ।। (୧)
ମୋ ହୃଦୟ ସାଧା କାଗଜରେ
ଲେଖିଦେଇ ପ୍ରେମର ଅକ୍ଷର
ଆଖି ପଲକରେ କରିନେଇଥିଲ
ମୋ ହୃଦୟକୁ ଅତି ନିଜର ।। (୨)
ମଧୁଝରା ହସ ନେଇ ପ୍ରୀତି ଚୋରା ଚାହାଁଣୀରେ
ଦୂର କରୁଥିଲା ସବୁ ଅବସାଦ ଯିଏ
ନୁହେଁ ସେ ଆଉ କେହି
ପ୍ରୀତି ଗୋ ତୁମେ . . . ।। (୩)
ଚନ୍ଦ୍ରମା ପରି ମୁହଁ ଟିଏ
ସଜ ଫୁଟା ଗୋଲାପଟେ
ନୀତି ଦେଖିବାକୁ ଝୁରେ ଏ ମନ ଯାହାକୁ
ନୁହେଁ ସେ ଆଉ କେହି
ପ୍ରୀତି ଗୋ ତୁମେ . . . ।। (୪)
ଶୟନେ ସପନେ ଝୁରେ ଯାହାକୁ ଏ ମନ
ଯାହାକୁ ଭାବି ଭାବି ବିତେ ଏ ଦିନ
ନୁହେଁ ସେ ଆଉ କେହି
ପ୍ରୀତି ଗୋ ତୁମେ . . . ।। (୫)
ନୀଳିମା ପରି ଓଠରୁ ଝରିଥିଲା ଯେଉଁ ‘ଦେବ୍’ ର ଡାକ
ଶୁଣିବାକୁ ଆଉଥରେ ଝୁରେ ଏଇ ମନ
ଦିନ ବିତିଯାଏ ମାସ ଗଡିଯାଏ
କିନ୍ତୁ ବୁଝେନା ଏ ମନ
ଲାଗେ ଯେପରି ସମ୍ପର୍କ ଟି ବହୁ ପୂର୍ବ ଜନ୍ମ ର
ସେଥିପାଇଁ ବୋଧେ ପ୍ରଥମ ଦେଖାରେ
କରିଥିଲ ଅତି ନିଜର
ନୁହେଁ ସେ ଆଉ କେହି
ପ୍ରୀତି ଗୋ ତୁମେ . . . ।। (୬)