କବିତା

ପ୍ରିୟର ପ୍ରିୟତମା

Ritindra Panda's odia poem Priyara Priyatamaa

ଷୋଳ ଟି ଫଗୁଣ ଛୁଇଁଥିବା ସଦ୍ୟ
ଷୋଡ଼ଶୀ ରାଜଜେମା

ପ୍ରିୟତମା, ସନ୍ଧ୍ୟାର ଶ୍ୟାମଳିମା
ଚିରହରିତ୍ ବନାନୀର ସବୁଜିମା
ଭୋଦୁଅ ପୂର୍ଣ୍ଣିମା ତିଥିର ଚନ୍ଦ୍ରମା
ଠିକଣାର ଶେଷ ସୀମା
ପୁଣି ସେ ଅସୀମା
ମନୋରମା ସେ ନିରୁପମା
ଅଳସୀ କନ୍ୟାର ବାଣୀ, ଠାଣି ପରି ଧିମା ଧିମା
ନିଳୀମା ନୟନେ ନିଶା ଝୁମା ଝୁମା
ଗୋଲାପ କଢ଼ୀ ଓଠ ତାର ଅରୁଣିମା
ହୃଦ ଚିତ୍ରପଟେ ଅଙ୍କା ହୋଇଥିବା ଏକ
ସୁନ୍ଦର ପ୍ରତିମା
ଷୋଳ ଟି ଫଗୁଣ ଛୁଇଁଥିବା ସଦ୍ୟ
ଷୋଡ଼ଶୀ ରାଜଜେମା
ସୁରମା ସୁରଭି ସୁଷମା ସେ ଅନୁପମା
ପ୍ରିୟତମା ର ମଧୁରିମା, ତାର ନାହିଁ ଉପମା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top