ସମାଜ କହେ ସେ ତ ପୁରୁଷ ମନ
ଡରେ ନାହିଁ ଜମା ଯେତେ ଆସିଲେ ବାଧା ବିଘ୍ନ ।
ଦୁଃଖରେ ପଡିଲେ ପୁରୁଷ ଛାତି
ସମାଜ ଆଗରେ ସେ ନ ପାରେ କାନ୍ଦି ।।
ବାଳୁତ ରୁ ତାକୁ କୁହା ଯାଇଛି ତୁ ହେଲୁ ପୁରୁଷ ପିଲା
ଝିଅଙ୍କ ଭଳିତୁ କେମିତି କାନ୍ଦୁଛୁ ଭଲା ?
ପୁରୁଷ ହୋଇ ତୁ କାନ୍ଦିବୁ ଯଦି
ଘର ପରିବାରର ଯଶ ରଖିବୁ କେମିତି ?
ପ୍ରକୃତରେ ପୁରୁଷ ମନରେ ଅଛି କେତେ ଯେ କୋହ
ସେ କିପରି ତାକୁ ଲୁଚାଇବ କୁହ ?
ତାକୁ ବି ମନ ଖୋଲି କାନ୍ଦିବାକୁ ଦିଅ
ତା ମନର ବ୍ୟଥାକୁ ଢାଳିବାକୁ ଦିଅ ।
ହଁ ହଁ ତା ମନର ବ୍ୟଥାକୁ ଢାଳିବାକୁ ଦିଅ