ସ୍ୱାର୍ଥପର ଦୁନିଆରେ
ସ୍ୱାର୍ଥପର ମୁଁ ଯେ
ନିଜର ସ୍ୱାର୍ଥ ପାଇଁ
ବେଳେବେଳେ ଖୋଜେ ।
ଆବଶ୍ୟକ ପଡ଼ିବନି
ଆଦର କରିଲେ
ଅଯତ୍ନର ମାଧ୍ୟମକୁ
ପର ଯେ କରିଲେ ।
ଅବହେଳା ହୋଇଯିବ
କାମ ସରିଗଲେ
ଯେମିତି ହୁଅନ୍ତି ଆଜି
ବୃଦ୍ଧାଶ୍ରମେ ହାଏ ।
ନିଷ୍ଠୁର କିପରି ଆଜି
ହୁଅନ୍ତି ସମସ୍ତେ
ନିଷ୍ଠୁରତା ଦେଖାନ୍ତି ତାଙ୍କୁ
ନିଜର ଯେ କହେ ।
ଦୁନିଆର ଅସଜଡ଼ା
ବାଟକୁ ଦେଖିଲେ
ଦିଗହରା ହେବାକୁ ମନ
ଆପେ ଚାଲିଯାଏ ।
ଅତ୍ୟାଧୁନିକ ଦୁନିଆରେ
ସବୁ ସ୍ୱାର୍ଥ ଏଠି
ନିଜେ ନିଜକୁ ଜଳାନ୍ତି
ସଲିତା ଯେ ସାଜି ।
ପରକଥା କହି ଆଜି
ନିଜକୁ ଲୁଚାଅ
ଯେପରି ଆଗ ଭାର ପରକରି
ପଛ ଭାରଟି ନିଜର ।
ଦେଖି ହୁଏ ନାହିଁ ସିନା
ନିଜ ଦୋଷ ପାପ
ଉପରେ ପରଖୁଛନ୍ତି
ଧରି ମଣିଷ ହିସାବ ।
କେତେ ଆଉ ମିଛ ମାୟା
ସଂସାରେ ଚାଲିବ
ଦିନେ ନା ଦିନେ ତାହାର
ଅନ୍ତ ଯେ ହୋଇବ ।
ମୁକ୍ତିମୟ ସଂସାରରେ
ମିଛ ଖାଲି ମିଛ
ନିଜକୁ ପରଖି ସାରି
ଅନ୍ୟ ଦୋଷକୁ ଯେ ବାଛ ।
ଭାବନାର ରାଇଜକୁ ପରଖୁ ଯେ ଥିଲି
ସ୍ଵାର୍ଥର ବଗିଚା ମଧ୍ୟେ ନିଜକୁ ପାଇଲି ।
ନିଜର ଛବିକୁ ଦେଖି ଆଶ୍ଚର୍ଯ୍ୟ ହୋଇଲି
ନିଜକୁ ନିଜେ ପଚାରେ ସ୍ୱାର୍ଥପର ମୁଁ,
କେତେବେଳେ ହେଲି ।
ମନଟି କହିଲା ମୋର
ନିଜ ଦୋଷକୁ ଯେ ଖୋଜ
ସୁନ୍ଦର ଦୁନିଆ ଆଉ
ଲାଗିବନି ବୋଝ ।
ଜଗନ୍ନାଥ ସଂସ୍କୃତିରେ ତୁମେ ଜନ୍ମ ହୋଇ,
କାହିଁକି ଉନ୍ମେଷ କର ସ୍ୱାର୍ଥକୁ ଯେ ତୁହି ।