ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ରୋଗ ପୁଣି ଆସିଯାଏ ଶରୀରରେ
ଏ ଦୌଡ଼ାଦୌଡ଼ିର ଜୀବନରେ କାହାକୁ ସମୟ ଅଛି
ଯେ ରହିଯାଇ ନିଜର ଚିକିତ୍ସା କରିବ
ମୁଁ ଗ୍ରହଣ କରିନେଇଛି ଯେ ରୋଗ ସମସ୍ତଙ୍କ
ସହ ଯୋଡ଼ିଦିଏ
ଏଇ ଅନୁଭବଟି ଆସିଛି କାମରେ ମଗ୍ନ ରହି
ସଭିଁଙ୍କଠୁ ଦୁଃଖ ଛୁପାଇବାରେ
ନିଃସଙ୍ଗ ଜୀବନରେ ଯେବେ ଏମିତି ଅନୁଭବ ହୁଏ
ତେବେ ରୋଗ କେଉଁଠି କେଜାଣି ରହିଯାଏ
ଯଦି ତାହା ଅଛି ତ !
