କବିତା

ସିଂହାସନ

Niranjan Jena's odia poem Sinhaasana

ତା’ ପାଇଁ ସିଂହାସନ ଯାହା ମାଟିଗଦା ତାହା
ବିଚରା ଭୋଜରାଜର ସମସ୍ତ ପିପାସା

ସିଂହାସନ

ପ୍ରତିଷ୍ଠିତ ସିଂହାସନରୁ ଓହ୍ଲାଇଯାଏ
ସୋରିଷ କ୍ଷେତର ଖରା-
ନିର୍ବିବାଦେ ଗୋପାଳ ବାଳକ ଅଧିରୂଢ଼ ହୁଏ ମାଟିଗଦାରେ
ତା’ ପାଇଁ ସିଂହାସନ ଯାହା ମାଟିଗଦା ତାହା
ବିଚରା ଭୋଜରାଜର ସମସ୍ତ ପିପାସା
ବରଫ ପାଲଟିଯାଏ ପକ୍ଷୀଙ୍କର ଗଳ୍ପ ଶୁଣୁଶୁଣୁ ।
ଶୂନ୍ୟ ପୁରୁଷକୁ ସିଂହାସନ ସମର୍ପଣ କରି
ଅନ୍ୟ ଏକ ପୁଣ୍ୟ ଶ୍ଳୋକର ଅପେକ୍ଷା ରଖେ ସମୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top