ସ୍ମୃତି ଏକ ଅଭୁଲା ଅତୀତ
କାହାଣୀରେ ତାର ନ ଥାଏ ଅନ୍ତ,
ମନ ଅନ୍ତରାଳେ ବସା ବାନ୍ଧି ଦିଏ
ସିଏ ପରା ଆମ ଅପାସୋରା ମିତ ।
ସ୍ମୃତି ଏକ ସେଫାଳିର ସାଇତା ସୁରଭି
ଯୁଗ ବିତି ଯାଉ ପଛେ ପାରେନା ସେ ଲିଭି,
ଭାବନା ରାଇଜେ ଘୁରେ ଅଭୁଲା ଅତୀତ
ଲିପିବଦ୍ଧ ହୁଏ ସ୍ମୃତି ଭାବନାରେ ସିକ୍ତ ।
ସଳଖ ନ ଥାଏ କେବେ ସ୍ମୃତିର ରେଖା
ମନ ସଳିତାରେ ଆମ ଆଲୋକ ଶିଖା,
ଆମା ଆକାଶରେ ସ୍ମୃତି ପୂର୍ଣିମା ଚାନ୍ଦ
ସ୍ମୃତି ଆଣେ ବେଳେ ବେଳେ ଅପୂର୍ବ ଆନନ୍ଦ ।
ମନ ରାଇଜରେ ଥାଏ ଅସରନ୍ତି ଭାବନା
ସାଇତା ସ୍ମୃତି କେବେ ଭୁଲି ହୁଏନା,
ସ୍ମୃତି ପରା ଆମ ଅପାସୋରା ମିତ
ହୃଦୟ ଖାତାରେ ଆମ ସାଇତା ଗୀତ ।