ଟିକିଏ ନିଃଶ୍ୱାସ ଅଳପ ବିଶ୍ୱାସ
ସଭିଙ୍କର ଅଛି ମୋର ବି ,
ରାତିଏ ସ୍ୱପ୍ନ ଅନେକ ଅଭିଳାଷ
ସଭିଙ୍କର ଅଛି ମୋର ବି ।
ଅଧରେ ହସ ଦି ଟୋପା ଲୁହ
ସଭିଙ୍କର ଅଛି ମୋର ବି ,
ଆଖିଏ ଦୁଃଖ ଛାତିଏ କୋହ
ସଭିଙ୍କର ଅଛି ମୋର ବି ।
ତଳେ ମାଟି ଉପରେ ଆକାଶ
ସଭିଙ୍କର ଅଛି ମୋର ବି ,
ଜୀବନେ ଇଚ୍ଛା ପୁଣି ଅବଶୋଷ
ସଭିଙ୍କର ଅଛି ମୋର ବି ।
ସମ୍ପର୍କର ସାଗର ଟିକିଏ ନିର୍ଜନତା
ସଭିଙ୍କର ଅଛି ମୋର ବି ,
ଗ୍ରୀଷ୍ମର ଉଷ୍ମତା ଶୀତର ଶୀତଳତା
ସଭିଙ୍କର ଅଛି ମୋର ବି ।
ଛୋଟିଆ ହୃଦୟ ଉଡନ୍ତା ମନ
ସଭିଙ୍କର ଅଛି ମୋର ବି ,
ବଞ୍ଚିବାର ଆଶା ଜୀଇଁବାର ସ୍ୱପ୍ନ
ସଭିଙ୍କର ଅଛି ମୋର ବି ।
