ଦୁନିଆଁ ଟା ଆମକୁ ସବୁ ଦିନ ନୁଆଁ
ବୟସକୁ ଭାବି ଆମେ ଡରି ଯିବା କିଆଁ
କାଯ୍ୟରତ ଜୀବନ ଟା ବିତିଗଲା ଜଣା ନାହିଁ
ବାକି ଜୀବନ ଟା ଅଛି ଖୁସିରେ ବଞ୍ଚିବା ପାଇଁ
ଜୀବନର ଚଲାପଥେ ଅଗମ ପଥ
ଆଜି ଯାଏ ସରି ନାହିଁ ତାର ଦିଗନ୍ତ
ଉଇଁବା ଆଗରୁ କେବେ ଭାବେନି ସୁରୁଜ
କେତେବେଳେ ହେବ ପୁଣି ଅସ୍ଥ
ଦିନସାରା କରିଥାଏ ଆଲୋକ ବିଛୁରିତ
ସୁରୁଜ ପରି ଆକାଶେ ରଙ୍ଗ ଭରି ଦେବା
ସ୍ନେହ, ଶରଧା ଦେଇ ହସିହସାଇବା
ମଉଳିବା ଆଗରୁ ଫୁଲ ବଗିଚାକୁ ମହକାଏ
ମନର ଆୟୁଷ ସରେନି କେବେ
ବୟସ ଗଡିଲେ ବି ମନ ପିଲାଥାଏ
ଆମ ପ୍ରତିଭା ରେ ମହକୁ ଏ ଦୁନିଆଁ
ଜୀବନ ଟା ଲାଗୁ ଥାଉ ସବୁବେଳେ ନୁଆଁ ନୁଆଁ
