କବିତା

ସବୁ ଦିନ ଦୁନିଆଁ ଲାଗୁ ନୁଆଁ ନୁଆଁ

Puspanjali Patel's odia poem Sabu dina duniaan laagu nooaan nooaan
ସବୁ ଦିନ ଦୁନିଆଁ ଲାଗୁ ନୁଆଁ ନୁଆଁ

ଦୁନିଆଁ ଟା ଆମକୁ ସବୁ ଦିନ ନୁଆଁ
ବୟସକୁ ଭାବି ଆମେ ଡରି ଯିବା କିଆଁ
କାଯ୍ୟରତ ଜୀବନ ଟା ବିତିଗଲା ଜଣା ନାହିଁ
ବାକି ଜୀବନ ଟା ଅଛି ଖୁସିରେ ବଞ୍ଚିବା ପାଇଁ
ଜୀବନର ଚଲାପଥେ ଅଗମ ପଥ
ଆଜି ଯାଏ ସରି ନାହିଁ ତାର ଦିଗନ୍ତ
ଉଇଁବା ଆଗରୁ କେବେ ଭାବେନି ସୁରୁଜ
କେତେବେଳେ ହେବ ପୁଣି ଅସ୍ଥ

ଦିନସାରା କରିଥାଏ ଆଲୋକ ବିଛୁରିତ
ସୁରୁଜ ପରି ଆକାଶେ ରଙ୍ଗ ଭରି ଦେବା
ସ୍ନେହ, ଶରଧା ଦେଇ ହସିହସାଇବା
ମଉଳିବା ଆଗରୁ ଫୁଲ ବଗିଚାକୁ ମହକାଏ
ମନର ଆୟୁଷ ସରେନି କେବେ
ବୟସ ଗଡିଲେ ବି ମନ ପିଲାଥାଏ
ଆମ ପ୍ରତିଭା ରେ ମହକୁ ଏ ଦୁନିଆଁ
ଜୀବନ ଟା ଲାଗୁ ଥାଉ ସବୁବେଳେ ନୁଆଁ ନୁଆଁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top