କବିତା

ସମୟର ଏକ ଚିହ୍ନା ବେଳାରେ

Deepak Baral's odia poem Samayara Eka Chihnaa Belaare

ଭସେଇ ଥିବା ସ୍ମୃତି କାଗଜ ଡଙ୍ଗା
ଅଧା ବାଟେ କାହିଁ ବୁଡ଼େଇ ଦେଲ

ସମୟର ଏକ ଚିହ୍ନା ବେଳାରେ

ସମୟର ଏକ ଚିହ୍ନା ବେଳାରେ
ଏମିତି କେମିତି ଅଚିହ୍ନା ହେଲ
ଭସେଇ ଥିବା ସ୍ମୃତି କାଗଜ ଡଙ୍ଗା
ଅଧା ବାଟେ କାହିଁ ବୁଡ଼େଇ ଦେଲ
ସାକ୍ଷୀ କହେ କିଛି କୋହ ଟୋପା ଟୋପା ବର୍ଷା ସାଜି
ବତୁରାଏ ସେ କାଗଜ ଡଙ୍ଗା
କିଛି କାମନା ମୁଠା ମୁଠା ଲାଜ ସାଜି
ଶୋଇ ଯାଏ ତା ବୁକୁରେ
କିଛି ବାସ୍ନା ବୁନ୍ଦା ବୁନ୍ଦା କାକର ହୋଇ
ଲେସି ହୁଏ ତା ଅଧରେ
ବିଚାରା ଡଙ୍ଗା ଅଜାଣତେ ତୃପ୍ତି ପାଇ ଯାଏ
ସୀମାହୀନ ସାଗରେ, ସମୟର ଏକ ଚିହ୍ନା ବେଳାରେ…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top