ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଶିଉଳିର ଗଜରାରେ
ଦେହେ ବୋଳି ବୋତଲେ ଅତର
ଚାପାଚାପା ଚର୍ଚ୍ଚା ଚାଲେ
ପାଉଜି ଓ କାନ ଝୁମୁକାର
ନିଦ ଭାଙ୍ଗେ କଙ୍କଣ ଶବ୍ଦରେ
ବୋଧହୁଏ! ବିତିଲାଣି ଜହ୍ନବୁଡ଼ା ଚତୁର୍ଥ ପ୍ରହର
ନିବୁଜ କବରୀ ତାର
ଫିଟି ଲୋଟେ ରାତ୍ରୀର ଚଟ୍ଟାଣେ
କୁଆଁରୀ ରଜନୀଗନ୍ଧା ରୁତୁଗର୍ଭା ହୁଏ,
ମଳୟରୁ ଭାସିଆସେ ଚନ୍ଦନର ବାସ୍ନା
ବାସନାର ପଟୁଆର ସାଜେ
